ଶିଶୁ ଦିବସ ଡଃ ସ୍ୱର୍ଣ୍ଣଲତା ତ୍ରିପାଠୀ ନଭେମ୍ବର: ୨୦୨୬ Canonical: https://shishukishora.com/editions/2026-11/article-15.html ସରଳ,କୋମଳ, ନିଷ୍ପ।ପ ହୃଦୟ ଶିଶୁଠାରୁ ମିଳେ ଶାନ୍ତି, ପ୍ରାଣପ୍ରିୟ ଚାଚା ପରମ ବାନ୍ଧବ ଶିଶୁଙ୍କ ମନ ଜିଣନ୍ତି । ପିଲାଙ୍କ ସହିତ କଲେ ଗପ ସପ ଶୈଶବକୁ ଆସେ ଫେରି, ମନରେ ସ୍ବଚ୍ଛତା ସରସ ସୁନ୍ଦର ନିଜକୁ ନିଷ୍ପ।ପ ଗଢି । ପିଲାଙ୍କ ସହିତ ଚାହେଁ ବଞ୍ଚିବାକୁ ମିଳେ ସ୍ୱର୍ଗୀୟ ଆନନ୍ଦ, ପ୍ରାଣ ଭରି ଭଲ ପାଉଥିଲେ ବୋଲି ଭୁଲି ନିଜର ବାର୍ଦ୍ଧକ୍ୟ । ପିଲାମାନଙ୍କର ସୁଗୁଣ ବିକାଶ ଶୈଶବରୁ ନେବା ଦେଖି, ଶିଶୁ ଉନ୍ନତିରେ ଦେଶର ପ୍ରଗତି ଶକତି ଧ୍ୟାନେ ତନଖି । ସୁସ୍ଥ ଓ ସୁନ୍ଦର ବଳିଷ୍ଠ,ସମୃଦ୍ଧି ସମାଜ ଗଠନ ପାଇଁ, ଜାତିର ପରମ କର୍ତ୍ତବ୍ୟ ଶିଶୁରେ ନିର୍ଭରଶୀଳ ହୋଇ । ପରିଚିତ କର ଫୁଲ,ଫଳ,ଗଛ ପଶୁ, ପକ୍ଷୀ,ତାର।, ବନ, ନଦୀ ଓ ପର୍ବତେ ଗଢା ଧର।ବକ୍ଷ ହେଉ ସୁନ୍ଦର ଭୁବନ । ଶିଶୁଟି ହସିଲେ ଦୁନିଆଁ ଯେ ହସେ ସାର୍ଥକ ସମାଜ ପାଇଁ, ଶିଶୁ ପ୍ରତିଭାର ଉନ୍ମେଷ ନିମିତ୍ତ ଶିଶୁ ଦିବସ ପାଳଇ । ବହୁ ଅନୁଷ୍ଠାନେ ଶିଶୁ ମହୋତ୍ସବ ମହତ୍ ଉଦ୍ଦେଶ୍ୟ ନେଇ, ଶିଶୁର କଲ୍ୟାଣ ସମାଜ କଲ୍ୟାଣ ସ୍ବାସ୍ଥ୍ୟ,ଶିକ୍ଷା ଧ୍ୟାନ ଦେଇ ।