ଦୁଃଖୀ, ଅନାଥଙ୍କସେଵାକରିଵା ଶରତ କୁମାରୀ ସ୍ଵାଇଁ ନଭେମ୍ବର: ୨୦୨୬ Canonical: https://shishukishora.com/editions/2026-11/article-17.html ଦୀପାବଳୀ ଆଜିଖୁସିରଦିନ ଖୁସି କିନ୍ତୁ ନାହିଁ ମିକୁଲିମନ। ସକାଳପହରୁଝରାଏଲୁହ କାନ୍ଦିକାନ୍ଦିଫୁଲିଗଲାଣି ମୁହଁ। ଜେଜେତାକହିଲେଵୁଲାଇନେବେ ଜେଜେମାକହିଲେଖେଳନାଦେଵେ। ବାପାକହୁଛନ୍ତିପିଠିଆଉସି " ସୁନାଝିଅମୋରଦେଏତୁହସି। ବାଣକିଣିଦେବି ବଜାରନେଵି ନୂଆଜାମାକିଣି ମିଠା ଖୋଇଵି।" ତଥାପି ମିକୁଲି ଉଠିଲା ନାହିଁ ମୁଁହମାଡିଶେଯେ ରହିଲାଶୋଇ। ନାନାଜାତିପିଠାଥାଳିରେଧରି ମାଆଡାକୁଛନ୍ତିଆଦରକରି। ପଚାରିଲେ -" କିଏତାକୁମାରିଲା? ଵାଧିଲାପରିକାଅବାକହିଲା?" କୁନିଝିଅ କୁହେ ପୋଛିତାଲୁହ ବାପା,ଦାଦା,ଜେଜେସଭିଙ୍କୁକୁହ। ଲୋଡା ନାହିଁ ମୋରଖେଳନାଜାମା ଵାଣକିଣିବାକୁକାନ୍ଦୁନିଜମା। ଗାଁ କଥାମନେପଡୁଛିମୋର ନଈଵଢିକଲା କିନାରଖାର? କୁନା,ସୁନା,ସୁନା,ଚଗଲା,ନୀଳ ଆଜିଭଳିଦିନେ କେଡେଵିକଳ? ଘର ନାହିଁ- ନାଁ ହିଁ ଖାଇବାପାଇଁ ଭୋକିଲାପେଟରେ କି ହାଇ ପାଇଁ। ବାପାଏହାଶୁଣି ଆସିଲେଚାଲି କହିଲେ ଏବେ ମୁଁ ସଵୁଵୁଝିଲି। ଚାଲ ଆମେ ଏବେ ଗାଁ କୁଯିଵା ପୁରୀ,କ୍ଷୀରି,ପିଠାତାଙ୍କୁ ଖୋଇଵା। ତାଙ୍କସାଙ୍ଗେମିଶିଦୀପଜାଳିଵା ଦୁଃଖୀ,ଅନାଥଙ୍କ ସେଵାକରିବା।