ଛୁଟିତ ଛୁଟି ଉମାକାନ୍ତ ବେହେରା ନଭେମ୍ବର: ୨୦୨୬ Canonical: https://shishukishora.com/editions/2026-11/article-18.html ଛୁଟିତ ଛୁଟି ଦଶରା ଛୁଟି ସବୁ ଛୁଟିଠାରୁ ଭଲ ଅଳପ ବରଷା ଅଳପଶୀତ ରଙ୍ଗ ବେରଙ୍ଗର ଫୁଲ ଆସିବୁକି ସାଙ୍ଗ ସହର ଭୁଲି ଗାଁ' ରେ ଘେରାଏ ଯାଆନ୍ତୁ ବୁଲି ଲାଗନ୍ତା ଟିକିଏ ଭଲ l ସବୁଜିଆ କ୍ଷେତ ନୀଳ ପାହାଡ଼ କୂଳୁ କୂଳୁ ବିଲ ପାଣି, ଅଂଧୁଲି, ମୁଗୁରା,ଖଇଁଚି, ବଇଚି ଚୁନା ଚୁନା ମାଛ ଖଣି l ଉଷୁମ ଭାତକୁ ମାଛବେସର ମା 'କରିଛନ୍ତି ଆମ୍ବ ଆଚାର ପାଟିରୁ ବହିବ ପାଣି l ବଣ କଡେ ଗୋଟେ ଖାଲି ପଡିଆ ସାଧବ ବୋହୁଙ୍କ ମେଳ ନାଲି ମଖମଲି ସାଧବ ବୋହୂ ଚାଲୁଥିବେ ଦଳ ଦଳ ଯତନ କରି ହାତରେ ଧରି ଛାଡ଼ିଦେବା ପୁଣି ଥିଇରି କରି ସମସ୍ତେ କହିବେ ଭଲ l ଗାଁ ରାସ୍ତା ନୁହେଁ ସହର ପରି ଦେଖି ଚାଲିବାକୁହୁଏ ବାଟୋଇ ମାନଙ୍କୁ ସ୍ୱାଗତ ପାଇଁ କାଶତଣ୍ଡୀ ହସୁଥାଏ l ଗାଁ ମୁଁଣ୍ଡେ ଅଛି ନୂଆ ପୋଖରୀ କଇଁ ଫୁଲେ ଏବେ ରହିଛି ଭରି ଦେଖିଲା ପରିକା ସିଏl ଦେଖୁଥିବା ଦୂର ପାହାଡ଼ ମାଳ ବାହାର ପିଣ୍ଡାରେ ବସି ଧଳା ଧଳା ଯେତେ ଶରତ ମେଘ କେମିତି ହୁଅନ୍ତି ଘଷି l ପାଣି ଢାଳିଦେବ ବରଷାରାଣୀ ଗଡିଯାଉଥିବ ଓଳିଚ୍ଛା ପାଣି ଆମ ଡ଼ଙ୍ଗା ଯିବ ଭାସି l ମନା କରିବୁନି ଆସିବୁ ସାଙ୍ଗ ଦେଖିବା ଦଶରା ଜାତ ମା'ରାନ୍ଧିଦେବେ ବାସ ଚାଉଳରେ ଖାଇବା ଅରୁଆ ଭାତ ଦେଶି ଗୁଆଘିଅ ଦେବେ ପକାଇ କଳା ମୁଗ ଜାଇ ଡାଲମା ଖାଇ ଗାଁ କୁ ମଣିବୁ ମିତ l