ଆମେ ଆଙ୍କିଦେବୁ ନୂଆ ଆଲୋକ ଅନନ୍ତ କୁମାର ସେନାପତି    । ନଭେମ୍ବର: ୨୦୨୬ Canonical: https://shishukishora.com/editions/2026-11/article-22.html ସୃଷ୍ଟି ହୋଇଛୁ ଏ ଧରା ପୃଷ୍ଠରେ ଅମୃତ ତୋଳି ପାରିବୁ ଦିନେ, ଚମକୁ ବିଜୁଳି ଆସୁ ବଜ୍ର ବାଡ଼ି ପଛେଇବୁ ନାହିଁ ଆମ ଜୀବନେ    । ଆମେ ଆଙ୍କିଦେବୁ ଧରଣୀ ବୁକୁରେ ନୂଆ ସମ୍ଭାବନା, ସୃଷ୍ଟି ଧାରା, ପୁଲକି ଉଠିବ ଦଶ ଦିଶ ଦେଶ ଚମକି ଉଠିବ ବିଶ୍ୱ ସାରା     । ଦୁରେଇ ପାରିବୁ ଅମା ଅନ୍ଧକାର ଜ୍ଞାନ ର ଦୀପାଳି ଦେବୁ ଯେ ଜାଳି, ଶସ୍ୟ ଶ୍ୟାମଳା ହୋଇବ ଏ ମାଟି ମନ ମୁନ ଆମ ଦେବୁ ଯେ ଢ଼ାଳି       । ପ୍ରତି ସକାଳ ରେ ସୁନା ଫୁଲ ହୋଇ ଫୁଟିବୁ ପାଖୁଡା କେତେ ମେଲି, ସୂରୁଜ, ଆକାଶ ଦେଖିବୁ ନୟନେ ପବନରେ ନିତି ଝୁଲି ଝୁଲି         । ମନ ଟିକି ସିନା ହୃଦୟେ ଆମର ଭରିଛି ଅନେକ ନୂଆ ସପନ, ସିନେହ, ଆଦର ଲୋଡ଼ା ଆମ ପାଇଁ ଆମେ ଅଟୁ ପରା ଦେଶ ରତନ      । ସବୁରି ଓଠରେ ଭରିଦେବୁ ହସ ସତ୍ୟ ପଥରେ ଯାଇ, ଭଲ ପଥେ ଯାଇ କରମ କରିଲେ ସାହା ହୋଇଥିବେ ସାଇଁ           ।