ଭଲ ମନଟିଏ ଦୀନବନ୍ଧୁ ପୋଇ ନଭେମ୍ବର: ୨୦୨୬ Canonical: https://shishukishora.com/editions/2026-11/article-24.html ଭଲ ମନଟିଏ ଦିଅ ଆହେ ପ୍ରଭୁ            ଏତିକି ମୋହର ଅଳି କାହାମନେ କେବେ ଦୁଃଖ ଦେବି ନାହିଁ          କରିବିନି କେବେ କଳି | ପର ଦୋଷ ନିନ୍ଦା ମନେ ନଭାବିବି           ଦେଖିବି ତା ଭଲ ଗୁଣ ଦୁଃଖିର ଦୁଃଖରେ ସହଭାଗୀ ପାଇଁ            ମନରେ ରଖିବି ପଣ । ମଧୁମକ୍ଷୀକାଟି ଅତି କ୍ଷୁଦ୍ର ହୋଇ         ଉପକାର କରେ କେତେ ? କରିକି ପାରିବି ନାହିଁ ତାପରି                ଦିଅ ଭଲ ମନ ମୋତେ । ଗଛଟିଏ ଯଦି ଛାଇ ଦେଇ କରି            ପଥିକକୁ  ଶାନ୍ତ କରେ ନର ହୋଇ କଣ ତାହାଠାରୁ ହୀନ            ପାରିବି ନାହିଁ କି ଥରେ । ତାଡ଼ାଳରୁ ପତ୍ର ଛିଣ୍ତାଇକି କେବେ              ତଳେ ପକାଇବି ନାହିଁ ସେବା ଦେବା ପାଇଁ ଦୁଃଖିର ଖେଦରେ               ତାପରି ରହିବି ଚାହିଁ । ଦେଇଛ ହେ ପ୍ରଭୁ ବିଦ୍ୟା ବୁଦ୍ଧି କେତେ               ଲଗାଇବି ତାକୁ କାମେ କର ହେ ସୁଦୟା  ହେ ଦୀନବାନ୍ଧବ               ଯଶ ଉଡ଼ୁ ତୁମ ନାମେ ।