ଆମେ ଶିଶୁ, ଆମେ ସପନ ରାଇଜେ ଭାସୁ ଡ. ସନାତନ ପଣ୍ଡା ନଭେମ୍ବର: ୨୦୨୬ Canonical: https://shishukishora.com/editions/2026-11/article-25.html ଆମେ ଶିଶୁ  ସପନ ରାଇଜେ ଭାସୁ  ଆମ ଟିକି ମନ ବିଶାଳ ଗଗନ  ଆଖିରେ ଆମର ଆଖିଏ  ସପନ  ନାଚିବୁ ଗାଇବୁ ଖେଳିବୁ ଉଡ଼ିବୁ  ଜହ୍ନ ତାରା ପରି ଆମେ ଝଟକିବୁ ଯେତେ ପଛେ ଝଡ଼ ଆସୁ || ଦେଖିବୁ ଶିଖିବୁ ଭାଙ୍ଗିବୁ ଗଢ଼ିବୁ  ପଡ଼ିବୁ ବଢ଼ିବୁ ଆଗକୁ ମାଡ଼ିବୁ  ଆଶା ଅସୁମାରୀ ଦିଶା ଅସୁମାରୀ  ପରିରାଇଜର କଳ୍ପନା ଆମରି  ଆମେ ଟିକି ଫୁଲ ମୂଲ ଯା ଅମୂଲ  ଚଉ ଦିଗେ ଆମେ ବାସୁ  || ହସରେ ଆମର ମୁକୁତାର ଝର  ଖୋଜୁଟିକେ ଆମେ ସେନେହ ଆଦର ) ଆମେ ସ୍ବାଭିମାନୀ ନାହିଁ ଡର ଦ୍ଭୟ  ସେବାରେ ଜିଣିବୁ ସବୁରି ହୃଦୟ  ପ୍ରତିଭାରେ ଧରା କରିବୁ ସରଗ  ହଟାଇବୁ ଦୁଃଖ ଦେଶୁ ||