ପ୍ରିୟ ଚାଚା ‌‌            ନୀଳମଣି ଚାନ୍ଦ ନଭେମ୍ବର: ୨୦୨୬ Canonical: https://shishukishora.com/editions/2026-11/article-26.html ବୃନ୍ତରେ ଥାଇ ରକ୍ତ ଗୋଲାପ           ଡାକେ ଆ' ମୁନ୍ ଆ'           ଚାଚାଙ୍କପାଇଁ ହାତ ବଢ଼େଇ           ତୋଳି ତୁ ନେଇ ଯା' ।           କୁରୁତାଟିରେ ନିତି ଗୋଲାପ           ଖୋସୁଥିଲେରେ ସିଏ           କୁନାକୁନିଙ୍କ ପ୍ରିୟ ଚାଚା ସେ           ଥିଲେରେ ଏକା ଯିଏ।            ଯିଏ"ଆନନ୍ଦ ଭବନ "ଯାଇ            ଆସିଛି ଥରେ ବୁଲି            କହିବ ଇଏ ତାଙ୍କରି ଘର            ଯାଅନି ମନୁ ଭୁଲି।            ମୋତିଲାଲ ତ ବାପାଙ୍କ ନାଆ            ମାଆ ସ୍ୱରୂପାରାଣୀ            ସାରା ଜୀଵନ ଆଦରିନେଲେ            ଶାନ୍ତି ଅହିଂସା ବାଣୀ।            ନଭେମ୍ବରର ଚଉଦଟି ତ            ଶିଶୁଦିବସ ସିନା            ପ୍ରିୟ ଚାଚାଙ୍କ ଜନମ ଦିନ            ଜାଣନ୍ତି ଲିନା ,ମୀନା।            ଜଵାହରଲାଲ ନେହେରୁ            ଚାଚାଙ୍କ ପୂରାନାମ            ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ            କଲେ ସେ କେତେ କାମ ।             ଯା ସ୍ମୃତିସ୍ଥଳ 'ଶାନ୍ତିବନ'             ନାମରେ ସିନା ଜଣା             ତାଙ୍କରି 'ପଞ୍ଚଶୀଳ' ନୀତି ଯେ             ହୁଏ ଶ୍ରେଷ୍ଠରେ ଗଣା ।             ମାନିବା ତାଙ୍କ ନୀତି ଆଦର୍ଶ              ସେ ଚାଚା ଆମ ପ୍ରିୟ              ତୁମରି ପରି ହୁଅନ୍ତୁ ଦିନେ               ଏ ଦେଶ ପୁଅ ଝିଅ ।