ନଭେମ୍ବର ଚଉଦ ଧ୍ରୁବ ଚରଣ ଘିବେଲା ନଭେମ୍ବର: ୨୦୨୬ Canonical: https://shishukishora.com/editions/2026-11/article-27.html ଶିଶୁଙ୍କ ପାଇଁ କି ପାଳନୀୟ ତିଥି  ବରଷରେ କେଇ ଦିନ  ସେ ଦିନ ଭିତରୁ ଗୋଟିଏ ଦିବସ  ନେହେରୁଙ୍କ ଜନ୍ମଦିନ I  ନଭେମ୍ବର ମାସ ସେଇ ତାରିଖଟି  ଅଟଇ ପୁଣ୍ୟ ଚଉଦ  ଚଉଦେ ଜନମି ଥିଲେ ସେ ନେହେରୁ  ଦେଶ ଜାତି ବରପୁତ୍ର I  ପ୍ରଧାନମନ୍ତିରୀ ଥାଇ କି ନେହେରୁ  ଅତି ଶିଶୁପ୍ରିୟ ଥିଲେ  ସମୟ ଦେଖିକି ନିଜେ ସିଏ ଆସି  ଶିଶୁ ମେଳେ ରହୁଥିଲେ I  ଶିଶୁଙ୍କ କତିରେ ଶିଶୁଙ୍କ ସାଥିରେ  ରହୁଥିଲେ ବହୁ ବେଳ  ହସ ଓ ଖୁସିରେ ଶିଶୁଙ୍କ ମେଳରେ ବିତୁଥିଲା (ତାଙ୍କ) ବେଳ କାଳ I  ଦେଶ ଓ ଦଶର ଭବିଷ୍ୟତ ଶିଶୁ  ତାଙ୍କ ହସ ଓ ଖୁସିରେ  ନିଜକୁ ସାମିଲ କରି କେତେ ଖୁସି  ନେହେରୁ ସାଉଁଟୁଥିଲେ I  ନେହେରୁଙ୍କର ସେ ଶୁଭ ଜନ୍ମଦିନ  ଶିଶୁଦିବସରେ ଗଣା  ଶିଶୁଙ୍କ ପାଇଁକି ଉତ୍ସର୍ଗୀକୃତ  ଦିବସଟି ଜଣାଶୁଣା I  ଶିଶୁଙ୍କ ବିବିଧ ଗୁଣର ବିକାଶ  ପାଇଁ ହୁଏ ପ୍ରତିଯୋଗିତା  ଶିଶୁଙ୍କଠି ଲୁଚି ରହିଥିବା କୃତି  ସଫଳତା ବାଢ଼େ ଦକ୍ଷତା I  ବ୍ଲକଠାରୁ ଜିଲ୍ଲା ରାଇଜ ପର୍ଯ୍ୟନ୍ତ  ହୋଇଥାଏ ପ୍ରତିଯୋଗିତା  କୃତୀ ଶିଶୁ ଗଣ ଗୁଣ ପ୍ରଦର୍ଶନ  କରି ପାନ୍ତି ସଫଳତା I  ଶିଶୁମାନଙ୍କର ଶିଶୁଙ୍କ ପାଇଁ କି  ଶିଶୁଦିବସ ଉଦ୍ଦିଷ୍ଟ  କେତେ କେତେ ଶିଶୁ ଦ୍ୱାରା ପ୍ରଦର୍ଶିତ ହୁଏ କେତେ ନାଚ ଗୀତ I  ସଭାସମିତିର ହୁଏ ଆୟୋଜନ  ସେଇ ଶିଶୁଦିବସରେ  କୃତୀ ଶିଶୁଗଣ ପୁରସ୍କାର ପା'ନ୍ତି  ଶିଶୁଉତ୍ସବ ମେଳାରେ I