କିଛି ଭଲ କାମ କରିବା ଶେଖର କୁମାର ସ୍ବାଇଁ ନଭେମ୍ବର: ୨୦୨୬ Canonical: https://shishukishora.com/editions/2026-11/article-28.html ସକାଳ ହେଲାଣି ଚାଲ ସାଙ୍ଗ ସାଥି ଯିବା ବୁଲିବାକୁ ପଡିଆ, ପଡିଆ ପାଖରେ ଅଛି ପାଖା ପାଖି ଛୋଟ ଗୋଟେ କୁନି ଗଡିଆ । କୁନି ଗଡିଆର ହୁଡ଼ାରେ ଲାଗିଛି ଆମ୍ବ, ଜାମୁଡୋଳ ନଡ଼ିଆ, ମିଳିମିଶି କରି ଖାଇବା ସଭିଏଁ ଲାଗିବ ପାଟିକୁ ବଢିଆ । ସକାଳୁ ସକାଳୁ ବୁଲିଗଲେ ଥରେ ଦେହକୁ ଲାଗିବ ଆରାମ, ଖେଳ କୁଦ କରି ଫେରିବା ଘରକୁ ଶରୀରକୁ ଦେବା ବିରାମ । ପାଠ ପଢା ସାଥେ ଖେଳ କୁଦ ନିତି ଦେହକୁ ରଖିବ ନିରୋଗ, ମୁକ୍ତ ଅମ୍ଳଜାନ ଦେହକୁ ମିଳିବ ମନଟି ରହିବ ସରାଗ । ଆଜି ରବିବାର ଇସ୍କୁଲ ଯିବାନି କିଛି ଭଲ କାମ କରିବା, ଖାଲ ଢିପ ରାସ୍ତା ସମତୁଲ ପାଇଁ କୋଦାଳ ଶାବଳ ଧରିବା । ଆସ ସାଙ୍ଗ ସାଥୀ ଭଲ କାମ ଆମେ ଏବେ ଠାରୁ କରି ଶିଖିବା, ପାଠ ପଢ଼ା ଆଉ ଖେଳ କୁଦ ସହ ଗାଆଁ ନାଆଁ ଟେକ ରଖିବା ।