ଘରଚଟିଆ ପାଇଁ ଗୀତ ଟିଏ ରଘୁ ନନ୍ଦନ ମହାପାତ୍ର ଅକ୍ଟୋବର: ୨୦୨୬ Canonical: https://shishukishora.com/shishu/article-769.html କୁନି ପକ୍ଷୀ ଟିଏ ତୁହି ରହୁ ଚାଳଘରେ ତୋ ପାଖକୁ ଗଲେ କେହି ଉଡ଼ି ଯାଉ ଡରେ । ସକାଳ ହୋଇଲେ ଦାଣ୍ଡେ ଖାଉ ପୋକ କୀଟ କଅଁଳ ଧାନକୁ ଖାଉ କରି ମୂଳ ନଷ୍ଟ । ନାହିଁ ଆଉ ଚାଳଘର ଛାଡ଼ିଗଲୁ ଗାଆଁ ଦେଖିବା ସପନ ହେଲା ଜାଣୁ ତୋର ନାଆଁ | କେଉଁ ଠାରେ ଦେଖି ତୋତେ ତୋ ସୁରକ୍ଷା ଦେଉ ବିଶ୍ଵ ଘରଚଟିଆ ଦିବସ ଆମେ ପାଳି ଥାଉ । ∎ ହରଚଣ୍ଡୀ ସାହି ଭୁବନେଶ୍ୱର-୨ ୯୪୩୯୭୧୯୮୭୯ I ମୋ ର ଜନ୍ମ ତାରିଖ 2.10.1951.