କୁଲୁକୁଲିଆ ର ହସ ଧୀରେନ ମିଶ୍ର ଅକ୍ଟୋବର: ୨୦୨୬ Canonical: https://shishukishora.com/shishu/article-770.html କୁଲୁକୁଲିଆ ର ହସ ଦେଖିବ ଯଦି କେ` ଆସ ତୁନିତାନି ହୋଇ ଗୋଡହାତ ଧୋଇ ଅଣ୍ଟା ସଳଖାଇ ବସ । କୁଲୁକୁଲିଆ ମୋ` କୁଲୁକୁଲିଆ ଚେହେରା ଟି ତାର ଗୁଲୁଗାଲିଆ। ଡଗଡଗିଆ, କେଡେ ବାଗିଆ ଧାଇଁଯାଉଥାଏ ଚୁଲୁବୁଲିଆ । କାଳିଆ ମେଘ ଆସିଲା ବେଗ କେତେ ରାହା ନେଇ ଡାକିଲା ବେଙ୍ଗ ମେଘ ତା` ଡାକରା ଶୁଣି ପାଣି ଅଜାଡିଲା ପୁଣି । ମୋ କୁଲୁକୁଲିଆ ଦେଖି ସେଇପାଣି ଡରି ନଯାଇଣ ଦେଖାଇଲା ଠାଣି ବାହାରିଲା ଧାନ ବୁଣି । ∎ ଶୁଶୁଡା, ଅନୁଗୋଳ ମୋ :- ୭୯୭୮୦୮୭୮୯୧