ମାଆ ଙ୍କ ସ୍ବାଗତ ପାଇଁ ପ୍ରଫୁଲ୍ଲ କୁମାର ସାହୁ ଅକ୍ଟୋବର: ୨୦୨୬ Canonical: https://shishukishora.com/shishu/article-774.html ବଜାରେ ବଜାରେ ବାଇଦ ବଜା ଚଉଦିଗ ଆଜି ସଜାରେ ସଜା ବରଷକେ ଆଜି ଥରେ, ଶରତ ଲଗନେ ପୂଜା ହେବେ ମାଆ ବିଜେ ହୋଇ ମଣ୍ଡପରେ l ୧ l ବାଟେ ଘାଟେ ପାଟେ ମଥା ହଲାଇ ଧୋବ ଫରଫର ରୂପ ସଜାଇ ମାଆ ଙ୍କ ସ୍ବାଗତ ପାଇଁ, କାଶତଣ୍ଡି ଦେଖ ଢ଼ାଳଇ ଚାମର ସଭିଏଁ ଅଛନ୍ତି ଚାହିଁ l ୨ l ଛକ ବଜାର ରେ ନୂଆ ତୋରଣ ସଭିଙ୍କ ର କରେ ମନ ହରଣ ରଙ୍ଗୀନ୍ ବିଜୁଳି ବତୀ ଦୂରୁ ଦର୍ଶକଙ୍କୁ ଡାକେ ହାତ ଠାରି ଦେଖି, ଉଳୁସି ଉଠଇ ଛାତି l ୩ l ସଞ୍ଜ ନଇଁ ଗଲେ ଲୋକଙ୍କ ଧାଡ଼ି ଦେଖ ଦେଖ ଦୂରୁ ଆସନ୍ତି ମାଡ଼ି ପରିବାର ମେଳେ ମିଶି, ମଣ୍ଡପ ବୁଲିବେ ମାଆ ଙ୍କୁ ଦେଖିବେ ସାଥୀ ମେଳେ ହସି ହସି l ୪ l ଦଶହରା ଯାତ ଆମ ପରବ ଆମ ପରମ୍ପରା ଆମ ଗରବ ଏକତା ର ଡୋରି ଧରି, ଆସ ମିଳିମିଶି ପାଳିବା ଆମେରେ ଏକାଠି ନ କରି ଡେରି l ୫ l ∎ ଯଦୁ - ମାଳତୀ କୃପା ନିବାସ, ଶକ୍ତି ବିହାର / ବାଲିପଡ଼ା, ମାହାଙ୍ଗା, କଟକ l ମୋ -୭୬୦୯୦୪୪୩୮୩