ଆସ ମାଆ ଧରା ଧାମେ ମିନତି ପଟ୍ଟନାୟକ ଅକ୍ଟୋବର: ୨୦୨୬ Canonical: https://shishukishora.com/shishu/article-775.html ଆକାଶ ରେନାହିଁ ଆଉ ବାଦଲ ର ଫୁଆରା ରାସ୍ତା ଘାଟ ନଦୀ ନାଳ ଦିଶିଲାଣି ନିଆରା. ନଈ ପଠା ହସିଲାଣି କାଶତଣ୍ଡୀ ଫୁଲରେ ବଗିଚା ସୁନ୍ଦର ଦିଶେ ଜହ୍ନି ଫୁଲ ଝୁଲରେ. ବିନ୍ଦୁ ବିନ୍ଦୁ କାକରରେ ଦୁର୍ବା ଦଳ ହସଇ ଝିଲି ମିଲି ସାତ ରଙ୍ଗେ ତା ଦେହ ଟା ଦିଶଇ. ଗାଁ ଠୁ ସହର ସବୁ ନାନା ରଙ୍ଗ ଆଲୋକେ ପୂଜା ପାଇଁ ସଜବାଜ ଶୋଭା ସାରା ମୁଲକ. ପବନ ବି ଥିରି ଥିରି ଶିରି ଶିରି ବହଇ ଆସୁଛନ୍ତି ମାଆ ବୋଲି କାନେ କାନେ କହଇ. ତାଙ୍କ ଆଗମନୀ ପାଇଁ ସତେ ଅବା ଧରଣୀ ପତ୍ର ଫୁଲ ତାରା ମେଳେ ସଜାଇଛି ତୋରଣୀ. ଆସ ମାଆ ଧରାଧମେ ସ୍ୱର୍ଗ ପୁରୁ ଓହ୍ଲାଇ ହିଂସା କ୍ରୋଧ ଅଭିମାନ ମନୁ ଯାଉ ଦୁରେଇ. ∎