ଶରତ ଆମ ଶ୍ରଦ୍ଧାର ଋତୁ ସୁଜିତ କୁମାର ମିଶ୍ର ଅକ୍ଟୋବର: ୨୦୨୬ Canonical: https://shishukishora.com/shishu/article-776.html ଶରତ ଆମ ଶ୍ରଦ୍ଧାର ଋତୁ ଆସେ ବରଷା ପରେ, ନିର୍ମଳ ଶୋଭା ଦିଏ ସେ ଭରି ସବୁଠି ମରତରେ । ପର୍ବପର୍ବାଣୀ ଋତୁଟେ ସିଏ ଖୁସି ଓ ଆନନ୍ଦର, ଗାଆଁ ସହର ଦିଶେ ସୁନ୍ଦର ଭୁଲି ଆପଣାପର । ନଥାଏ ନଭେ କଳା ବଉଦ ମେଘଖଣ୍ଡର ଦାଉ, ଶରତ ବାଣ୍ଟେ ସ୍ନେହ ସରାଗେ ଭାଇଚାରାର ମହୁ । ସଫାସୁତୁରା ରହେ ସବୁଠି ଆମରି ରାସ୍ତାଘାଟ, ମେଲାଇ ଥାଏ କାଶତଣ୍ଡୀ ତା ଧବଳ ହସ ହାଟ । ଦେବୀ ଆସନ୍ତି ଆଶିଷ ନେଇ ଦରଦୀ ହୃଦ ହୋଇ, ପାଟ ପୋଖରୀ ଫୁଟେ ନିଇତି ପଦୁଅଁ ଆଉ କଇଁ । ରାତି ପାହିଲେ ଘାସ ଗଛରେ ଶିଶିର ଦେଖାଯାଏ, ହେମନ୍ତ ଶୀତ ଆସୁଛି ବୋଲି ଶରତ କହୁଥାଏ । ଶରତ ଋତୁ ଶୋଭାରାଜିରେ ମୋହେ ସବୁରି ମନ, ସୁଖ ବାଣ୍ଟି ସେ ବିଦାୟ ନେଲେ ହେମନ୍ତ ଆଗମନ । ∎ ଜନାର୍ଦ୍ଦନପୁର ଶାସନ କେନ୍ଦୁଝର ୭୬୮୩୮୬୭୭୪୨