ଅକଲ ମକଲ ଟକଲ ଟିଆଁ ଲକ୍ଷ୍ମୀଧର ନାୟକ ଅକ୍ଟୋବର: ୨୦୨୬ Canonical: https://shishukishora.com/shishu/article-779.html ଅକଲ ମକଲ ଟକଲ ଟିଆଁ ବେଙ୍ଗ ଛୁଆମାନେ ମାରନ୍ତି ଡିଆଁ । ଟପ୍ ଟପ୍ ପଡ଼େ ବରଷା ପାଣି ଖାଦ୍ୟ ପାଇଁ ଗଲା ବେଙ୍ଗୁଲି ରାଣୀ । ମିଳିଲାନି ଖାଦ୍ୟ ବହୁତ ଖୋଜି ଦେଖିଲା ହେଉଛି ବାଘର ଭୋଜି । ପିଲାଙ୍କ ପାଇଁକି ମାଗିଲା ଯାଇ ଭୋଜି ଦେଲା ମାମୁଁ ପିଲାଙ୍କ ପାଇଁ । ଭୋଜିକୁ ଧରିକି ଆସିଲା ହସି ସଭିଏଁ ଖାଇଲେ ଏକାଠି ବସି । ଭୋଜି ଖାଇ ପିଲେ ହୋଇଲେ ଖୁସି ସାରୁ ବୁଦା ମୂଳେ ବସିଲେ ଆସି । ଗୀତ ଗାଉଥିଲେ ଖୁସିରେ ଛୁଆ ଅକଲ ମକଲ ଟକଲ ଟିଆଁ । ∎ ବାଉଁଶିଆପଡା, ନୟାଗଡ଼ ୮୨୭୦୩୭୨୪୯୮