ତୁମଗୁଣ ଗାଇବି ସସ୍ମିତା ସ୍ୱାଇଁ ଅକ୍ଟୋବର: ୨୦୨୬ Canonical: https://shishukishora.com/shishu/article-780.html ତୁମ ଲାଗି ମୁଁ ତ ମଣିଷ ଆଜି ଏ ଜଗତରେ ଦେଖିପାରୁନାହିଁ ତୁମକୁ କେବେ ଦିବା ନିଶିରେ ରବିଶଶି ତାରା ଆକାଶେ ତୁମ ଲାଗି ବିକଶେ ତୁମ ପରଶରେ କାନନେ ନାନା ସୁମନ ହସେ ତୁମ ଜୟ ଗୀତି ଶୁଣାଏ ପିକ କୁହୁକୁସ୍ୱରେ ଫୁଲବାସ ନେଇ ମଳୟ ଚଉଦିଗେ ବିତରେ କାନ ଶୁଣେ ଆଖି ନ ଦେଖେ ତୁମ ରୂପ କିପରି ମନ ଚାହେଁଥରେ ଚାଲିବି ତୁମ ହାତକୁ ଧରି କିଦେଲେ କି କଲେ ପ୍ରଭୁ ହେ ତୁମକୁ ମୁଁ ପାଇବି ତୁମ ସାଥେ ଖେଳିବୁଲିକି ତୁମ ଗୁଣ ଗାଇବି ∎ ଶିଶି ଲୋ ଖୋର୍ଦ୍ଧା