ସଵୁରି ହେବା ପ୍ରିୟ ପୁଷ୍ପଲତା ପାଣିଗ୍ରାହୀ ଅକ୍ଟୋବର: ୨୦୨୬ Canonical: https://shishukishora.com/shishu/article-783.html ଭଲ ପିଲା ମୁହିଁ ହୋଇବି ଭଲ କାମ କରିବି, ଭଲ କାମ କରିବାକୁ ମୁଁ ପଛ ଘୁଞ୍ଚା ନଦେଵି। ଗୁରୁଜନ ଙ୍କର କଥା କୁ ମୁହିଁ ସଦା ମାନିବି, ମାଆ ଵାପା ଗୁରୁ ଜନଙ୍କୁ ସନମାନ କରିବି। ଦୁଃଖୀ ଅରକ୍ଷିତ ସେଵାରେ ନିଜକୁ ସମର୍ପିବି, ଅସହାୟ ଜନେ ସଦା ମୁଁ ସହାୟତା କରିବି। ଆନ ମନରେ କେବେ ମୁହିଁ ଦୁଃଖ କଷ୍ଟ ନ ଦେଵି, ପର ଦୁଃଖେ ହୋଇ ଦୁଃଖୀ ମୁଁ ଦୁଃଖ ଘୁଞ୍ଚାଇ ଦେଵି। ଭଲ ପାଠ ଶାଠ ପଢି ମୁଁ ଭଲ ମଣିଷ ହେଵି, ମାତୃଭୂମି ମାତୃ ଭାଷାର ଟେକ ନିଶ୍ଚେ ରଖିବି। ସଦା ସତକଥା କହିବି ହେଵି ସଵୁରି  ପ୍ରିୟ , ଦେଶ ପାଇଁ କାମ କରିବି ଗାଇ ଦେଶର ଜୟ। ∎ ସୁନ୍ଦରଗଡ଼