ପାର୍ବଣ ପାର୍ବଣ ବାସିଲାଣି ପ୍ରଭାତ ନଳିନୀ ସାହୁ ଅକ୍ଟୋବର: ୨୦୨୬ Canonical: https://shishukishora.com/shishu/article-784.html ପାର୍ବଣ ପାର୍ବଣ ବାସିଲାଣି କାଳିଆ ବଉଦ ରୁଷିଲାଣି ମାଳ ମାଳ ହୋଇ ଧୋବଲା ବାଦଲ ସୁନୀଳ ଆକାଶେ ଭାସିଲାଣି। ପାର୍ବଣ ପାର୍ବଣ ବାସିଲାଣି କାଶତଣ୍ଡୀ ଫୁଲ ହସିଲାଣି ସଂଜ ନଇଁଗଲେ ଜହ୍ନିଫୁଲ ହାଟ ବାଡିରେ ବାଡିରେ ବସିଲାଣି। ପାର୍ବଣ ପାର୍ବଣ ବାସିଲାଣି ରଙ୍ଗଣୀର ଶୋଭା ଦିଶିଲାଣି ସରୋବରେ ନୀଳ ପଦୁଅଁ ସାଙ୍ଗକୁ କଇଁ ଫୁଲ କେତେ ହସିଲେଣି। ପାର୍ବଣ ପାର୍ବଣ ବାସିଲାଣି ଦଶ`ରା ପାଖେଇ ଆସିଲାଣି ଚାରୁ କମନୀୟ ପ୍ରକୃତିର ରୂପ ସବୁରି ମନକୁ ରସିଲାଣି। ପାର୍ବଣ ପାର୍ବଣ ବାସିଲାଣି ଦୁଃଖ, ଶୋକ ସବୁ ଧସିଲାଣି ମାଆ ଆଗମନେ ଉଲ୍ଲାସ,ପୁଲକ ସବୁରି ପରାଣେ ମିଶିଲାଣି। ∎ ଆର୍,ପି,୬୭,,ପାଣ୍ଡବ ନଗର ଟଙ୍କପାଣି ରୋଡ୍,,ବଡଗଡ ବ୍ରିଟ୍ କଲୋନୀ ଭୁବନେଶ୍ବର,,,୧୮