କାଉ ଡାକିଦେଲା ସକାଳୁ ଆସି ଝରଣା ମଲ୍ଲିକ ଅକ୍ଟୋବର: ୨୦୨୬ Canonical: https://shishukishora.com/shishu/article-786.html କାଉ ଡାକିଦେଲା ସକାଳୁ ଆସି ଉଠ କୁନା ମୁନା ପଢିବ ବସି। ନାଲିଆ ଦିଶିଲା ପୂରୁବ ଦିଗ ଉଦୟ ହେବଜେ ସୂରୁଜ ଦେବ। ସୁନା ରଙ୍ଗି ଖରା ପଡିବ ଖସି ତାକୁ ଦେଖି ପିଲେ ଉଠିବେ ହସି। କୁନା ମୁନା ଦୁହେଁ ଉଠି ପଡିଲେ ତରତର ହୋଇ କାମ ସାରିଲେ। ଉଛୁର ହୋଇବ ପଢିବା ବେଳ ପଢା ସାରିଦେଇ ଖେଳିବା ଖେଳ। ଡର ଭୟ ଆଉ ନଥିବ ଆମ ଆଗରୁ ସାରିଲେ ଆମର କାମ। ପଢା ବେଳେ ଖେଳ ଖେଳିବା ନାହିଁ ପଢା ସାରିଦେଇ ଆସିବା ଧାଇଁ। ∎ ମାଣିଖମ୍ବ, ମୋତିଗାଞ୍ଜ, ବାଲେଶ୍ୱର।