ପ୍ରଣତି ଆମର ଘେନ ଦେବାଶିଷ ଚକ୍ରବର୍ତ୍ତୀ ନଭେମ୍ବର: ୨୦୨୫ Canonical: https://shishukishora.com/shishu/article_details-0540dadea6.html ଫିରିଙ୍ଗିମାନଙ୍କ କବଳରେ ଯେଣୁ ରହିଥିଲା ଆମ ଦେଶ ଅଣ୍ଟା ଭିଡ଼ିଥିଲ ଦୁଃଖିନୀ ମାଆର ଦୁଃଖ କରିବାକୁ ନାଶ। ହାତରେ ନଥିଲା ଧନ ଦଉଲତ କମାଣ ବନ୍ଧୁକ ଗୋଳା ଆତ୍ମବଳ କୁ ସାଥୀକରି ତୁମ ଲଢେଇ ଆରମ୍ଭ ହେଲା। ପାଶେ ରହିଥିଲା ସତ୍ୟ ଓ ଅହିଂସା ନାମେ ଦୁଇ ହତିଆର ତାହାରି ସାହାଯ୍ୟେ ଫିରିଙ୍ଗିମାନଙ୍କୁ ଏ ଦେଶରୁ ବିଦାକଲ। ତୁମେ କହିଥିଲ ସତକଥା ଆମେ କହିବାକୁ ସବୁବେଳେ କଥାରେ କାମରେ ଫରକ ଯେପରି ନରହିବ ତିଳେହେଲେ। ଭାଇ ଭଉଣୀଙ୍କ ପରି ଯଦି ଆମେ ରହିବା ସଭିଏଁ ମିଳି ଭାରତ ଆମର ପଲଟିବ ନିଶ୍ଚେ ଧରାରେ ସରଗପୁରୀ। ଆମକୁ ଛାଡ଼ିକି ଯିବାରେ ଯଦିଓ ହେଲାଣି ବହୁତ ଦିନ ଭଲବାଟ ସଦା ଦେଖେଇଛ ବାପୁ ପ୍ରଣତି ଆମର ଘେନ। ∎ ମଣ୍ଡୁଆ, କେନ୍ଦୁଝର ଗଡ ମୋ -୯୪୩୭୭୫୨୩୯୫