ଆସିଛି ଆଷାଢ ନିରୁପମା କବି ଜୁଲାଇ: ୨୦୨୬ Canonical: https://shishukishora.com/shishu/article_details-2dc5a25470.html ଆଷାଢ ଆସିଛି ବରଷା ନେଇ କାଳ ବୈଶାଖୀ ଗଲା ପଳାଇ ପହଞ୍ଚିଲା ମୌସୁମୀ ମେଘ ବରଷିବ ମାଟି ବତୁରିବ ମନ ଟା ଯାଉଛି ଝୁମି।। ଖରା ଖିଆ ବନ ସବୁଜ ହେବ ନୁଖୁରା ଭୁଁ ଇକୁ ସଜାଇ ଦେବ ସୁନ୍ଦର ଦିଶିବ ଧରା ଡହଳ ବିକଳ ହେବେ ନାହିଁ , ଜୀବ ଖରା ତାତି ସହି ପରା। ଆସୁଛି ଶୁକୁଳ ଦ୍ୱିତୀୟା ତିଥି, ରଥ ଯାତରା ର ହୁରି ପଡ଼ିଛି ନୂଆ ବେଶ ବାସ ହୋଇ କଳା ଦିଅଁ ଯିବେ ଜନମ ବେଦୀକୁ, ଭାଇ ଭଉଣୀ ଙ୍କୁ ନେଇ। ସରଗ ଠୁ ବଳି ଜନମ ଭୂମି ଏକଥା ଜାଣନ୍ତି ଜଗତ ସ୍ୱାମୀ ଛାଡ଼ି ରତ୍ନ ସିଂହାସନ ଗୁଣ୍ଡିଚା ମନ୍ଦିର ଯିବେ ମହାପ୍ରଭୁ, ଛାଡ଼ି ଦେଇ ଦିବ୍ୟ ଅନ୍ନ। ସଜା ହୋଇଅଛି ଶ୍ରୀ ନନ୍ଦିଘୋଷ ତାଳଧ୍ୱଜ ଦେବ ଦଳନ ରଥ ବଡଦାଣ୍ଡ ଦିଶେ ଶୋଭା ଘଣ୍ଟିଆ ମର୍ଦଳି ସେବକ ଭକତ ନାଚୁଛନ୍ତି ମନ ଲୋଭା।ଭକତ ମେଳ ରେ ରହି ରହି କା ଟାହିଆ ହଲାଇ ଝୁଲି ଝୁଲିକା ଆସିବେ ପହଣ୍ଡି ହୋଇ ଜଗତ ଦେଖିବେ ଲୀଳାମୟ ଙ୍କର ଯେତେ ରୀତି ନୀତି ଛଇ। ଭକତ ଙ୍କ ଦୁଃଖ ସୁଖ ବୁଝି ବେ ଅବତାରୀ ହୋଇ ଦର୍ଶନ ଦେବେ, ପରଂବ୍ରହ୍ମ ଭାବ ଗ୍ରାହି ଭାବ କୁ ନିକଟ ଅଭାବ କୁ ଦୂର ଭାବେ ବନ୍ଧା ଥାଏ ସେହି।।।। ରାଇ ରଙ୍ଗ ପୁର ∎