ମେଘ ବରଷିଲା ଡ଼ାକ୍ତର ଅଶୋକ କୁମାର ସେଠୀ ସେପ୍ଟେମ୍ବର: ୨୦୨୪ Canonical: https://shishukishora.com/shishu/article_details-39b64a3003.html ମେଘ ବରଷିଲା ବିଜୁଳି ମାରି । ବେଙ୍ଗ ବେଙ୍ଗୁଲି ଲାଗନ୍ତି କଳି ॥ ଚଷା ପୁଅ ଯାଏ ଲଙ୍ଗଳ ଧରି । ମନେ ମନେ ଇଶ୍ୱରଙ୍କୁ ସୁମରି॥ ସବୁଜ ସୁନ୍ଦର ହୋଇବ କ୍ଷେତ । ଖାଇବା କୁ ଦବ ଆମକୁ ଭାତ ॥ ବରଷା ଆମର ସଦା ଭରଷା । ନହେଲେ ବୁଡ଼ିବ ଆମ ବେଉସା ॥ ଗଛ ଲଗାଇବା ହରଷ ମନେ । ସବୁଜ ହୋଇବ ଧରଣୀ ଦିନେ ॥ ନିରାପଦ ହେବ ଆମ ଜୀବନ । ଛ ଋତୁ ଅସିବେ ଆନନ୍ଦ ମନେ ॥ ସୁଖର ଦୁଃଖ ର ସାଥି ବରଷା । ଭଲ ଲାଗେ ମା ହାତ ପରସା ॥ ଗଛ ହାଣି ବାନି ଶୁଣ ଭାଇନା । ନହେଲେ ମିଳିବନି ଦାନା କନା ॥ ଜଗତ ଯାକର ଶୁଖ ଓ ଶାନ୍ତି । ବରଷା ରାଣୀ ଦବ କରେ ମିନତୀ ॥ ∎ ଖୁଣ୍ଟକଟା। ଆଠଗଡ