ଅଜା, ଆଇ ଆଉ ଚା ଡକ୍ଟର ବିଜୟା ପାତ୍ର ଜୁଲାଇ: ୨୦୨୫ Canonical: https://shishukishora.com/shishu/article_details-3e6a7305ea.html ଚୁଲି ମୁଣ୍ଡେ ବସି ନିଧିଆ ଅଜା ଟା ପୋଉଁଛି ନିଆଁ ଭାବୁଛି, ଏ ଯାଏ ନାଲି ଚା` ଆଇ ଦେଉନି କିଆଁ। ଗରମ ଗରମ ନାଲି ଚା` ସାଥେ ମୁଠାଏ ମୁଢୀ ମିଶାଇ ପିଇଲେ ହାଡଥରା ଶୀତ ଯିବ ରେ ଛାଡି। ଆଇ ତେଣେ ବାରି ଅଗଣାରେ ଗୋଟେ ସଉପ ପାରି କଅଁଳ ଖରା ରେ ଗଡପଡ ହୁଏ ଫୋନ୍ ଧରି। ଅଜା ଡାକ ଦେଲେ, ଶୁଭୁଛି କି ନାହିଁ ମୋଅରି କଥା ସକାଳୁ ସକାଳୁ ଚା` ନପିଇ ମୋ ପାଟିଟା ପିତା। ଆଇଲୁ, ଆଇଲୁ ନାଲି ଚା ଟିକେ ବନାଇ ଦେବୁ ତାପରେ ଯାଇ ତୁ ଯାହା କରିବାର କଥା କରିବୁ। ଅଜା କଥା ଶୁଣି, ମୁହଁ କୁ ମୋଡି କି କହିଲା ଆଇ କରି ପାରିବିନି, ନିଜେ କର ମୋର ସମୟ ନାହିଁ। ଦୁଇଟି ଗିଲାସେ ଚା` ନେଇ ବେଗେ ଆସ ହେ ଚାଲି ସାଥି ରେ ଆଣିବ ମୁଢୀ ଡବାଟାକୁ ଯିବନି ଭୁଲି। ∎