ପିଲାଙ୍କ ନାନାବାୟା ଗୀତ : ଟିନ୍ ଟିନ୍ ଟିନ୍ ସଂଗ୍ରାମ କେଶରୀ ପୃଷ୍ଟି ଜୁନ : ୨୦୨୬ Canonical: https://shishukishora.com/shishu/article_details-49d2e30f0c.html ଟିନ୍ ଟିନ୍ ଟିନ୍ ତାକ୍ ଧିନା ଧିନ୍ । ଘଣ୍ଟା ଗଲା ବାଜି ଖେଳ ହେବ ଆଜି । ଜମିଯିବ ଖେଳ ସରିଯିବ ବେଳ । ଘୋଟିଗଲା ମେଘ ସତେ ବଡ଼ ବାଘ । ଗରଜିଲା ଆସି ହଜିଗଲା ଖୁସି । ଘଡ଼ ଘଡ଼ ଘଡ଼ ମେଘକୁ ତ ତଡ଼ । ହାଉଁ ହାଉଁ ହାଉଁ ଯାହା ପାଉଁ ଖାଉଁ । କଳା ମେଘ ଦେଖି ଆଖି ଗଲା ଲାଖି । ଖେଳ ହେଲା ଶେଷ ବହି ପାଖେ ବସ । ମେଘ ଦେଲା କୁଟି ସ୍କୁଲ ହେଲା ଛୁଟି । ∎ ରାଜ କିଶୋରନଗର , ଅନୁଗୋଳ ମୋ – ୯୪୩୭୫୪୭୧୪୬