ଆମ ଗାଈ ନା`ବଉଳି ଉମାକାନ୍ତ ବେହେରା ଡିସେମ୍ବର: ୨୦୨୫ Canonical: https://shishukishora.com/shishu/article_details-52e48dbf5e.html ଡଉଲ ଡାଉଲ ଗାଈଟିଏ ଆମ ନା `ଟି ତା`ର ବଉଳି ଧୋବ ଫର ଫର ଛୁଆଟିଏ ତାର ସରାଗରେ ଡାକୁ ଧଉଳି l ଧଉଳି ବେକରେ ଟିକି ଘୁଙ୍ଗୁର ରୁଣୁ ଝୁଣୁ ହୋଇ ବାଜଇ ଅଗଣାରୁ ଖଳା ଡେଇଁବୁଲୁଥାଏ ନାଲି ଫିତା ତାକୁ ସାଜଇ l ସଫା ସୁତରା ତା`ଗୁହାଳ ଘରଟି ହେଉ ପଛେ ନଡା ଛପର, ଗୋବର ଲଣ୍ଡାଟେ ପଡିରହେ ନାହିଁ ମା`ମୋର ଜାଗ ତିଆର l ଏଡ଼େ ସୁଧାରିଆ ବଉଳି ଆମର ବେକ ଟିକେ ଦେଲେ ଆଉଁସି, କାନ୍ଧରେ ତମର ବେକନଦି ଦେଇ ଜଣାଇବ ତା`ର ସାବାସୀ l ପେଜ,ତୋରାଣିରେ କୁଣ୍ଡା ଗୋଳି ଦେଇ ମାଡିଆରେ ଦେଲେ ମାଡିଏ ଆଖି ପିଛୁଳାକେ ଖାଲିକରିଦେବ ହାକୁଟି ମାରିବ ଘଡିଏ l ସବୁଜ ଘାସକୁ ଭାରି ଭଲ ପାଏ ହାଉଁ ହାଉଁ କରି ଖାଇବ ମୁଗ, ବିରି ବୋତି,କୁଟା ଓ କୁରୁଚି ଖାଇବାକୁ ଭଲ ପାଇବ l ଗୋବର ତାହାର ଭାରି ଉପକାରୀ ସବୁଚାଷ ବାସ ପାଇଁକି ଗୋ ମୂତ୍ର ତ ଏବେ ଔଷଧ ହେଲାଣି ଦେଶ ବିଦେଶରେ ଯାଇକି l କ୍ଷୀର ଗୁଣ ତାର କିଏସେ ନଜାଣେ ସାନ ବଡ଼ଙ୍କର ଆହାର, ପୂଜା ପାର୍ବଣ ରୁ ରୋଗୀ ପଥିଯାଏ ସବୁଠାରେ ଲୋଡ଼ା ତାହାର l ମା` ଠାରୁ ବଳି ମା`ଟିଏ ବୋଲି ମା` କହୁଥିhଲା ସତରେ ତେଣୁକରି ତାକୁ ଗୋମାତା ବୋଲିଣ ପୂଜନ୍ତି ଜଗତ ଭିତରେ l ∎ ସ୍ବପ୍ନସ୍ମୃତି, ଶ୍ରୀହରିବିହାର, ଗହ୍ମାରିଆ କେନ୍ଦୁଝର ଗଡ଼, କେନ୍ଦୁଝର, ୭୫୮୦୦୧ ଫୋନ-9348516001