ଦଶଟି ରସଗୋଲାର କାହାଣୀ ଡ. ବିଜୟା ପାତ୍ର ଜାନୁୟାରୀ: ୨୦୨୫ Canonical: https://shishukishora.com/shishu/article_details-564bb1531e.html ଦଶଟି ରସଗୋଲା ଏଇଠି ଥିଲା, ଥାକ ଉପରେ କୁଆଡେ କାହିଁ ଗଲା? ଗୋଟିଏ ନାହିଁ ଭଲା! ବାପା କହିଲେ, ଆଣି ମୁଁ ଥିଲି କୁଣିଆ ଘର ଆସିବେ ବୋଲି ରଖିଲ ନାହିଁ ଯତନ କରି କିଏ ସେ କାହିଁ ନେଲା? ଆଉ ତ ନାହିଁ ଗୋଟିଏ ରସଗୋଲା! ବୋଉ କହିଲେ, କାନ୍ଦିଲା ଝିଅ ଖାଇବି ମତେ ଗୋଟିଏ ଦିଅ ଗୋଟେ ନୁହେଁ ସେ ଦୁଇଟି ଖାଇ ଦେଲା ବାକି ରହିଲା, ଆଠଟି ରସଗୋଲା। ଝିଅ କୁ ଦେଖି ପୁଅ ଚାହିଁଲା ଖାଇବ ବୋଲି ସେ ରସଗୋଲା ଖାଉ ଖାଉ ଯେ ତିନିଟା ଗଲା ଖାଇ ଆଉ ତ ମୋଟେ ପାଂଚଟି ଥିଲା ରହି। ବୋଉ ତୁମର, ଶାଶୁମା ମୋର ମିଠାରେ ଭାରି ମନ ତାଂକର ଗୋଟିଏ ତାଂକୁ ବଢାଇ ଦେଲି ମନରେ ଖୁସି ହେଲା ଆଉ ରହିଲା ଚାରୋଟି ରସଗୋଲା। ଠାକୁର ଭୋଗ ନଥିଲା କିଛି ଦୁଇଟି ନେଇ ବାଢି ଦେଇଛି ତାପରେ ଆଉ ଦୁଇଟି ଅଛି ବଳି ତୁମର ଗୋଟେ, ମୋପାଇଁ ଗୋଟେ ଖାଇକି ଦେବା ସାରି। ମନରେ ଦୁଃଖ କରନା ଆଉ ଏଇ ତ ପାଖେ ଗୁଡିଆ ସାହୁ ନେଇ ଆସିବ ସେଠାକୁ ଯାଇ ଡଜନେ ରସଗୋଲା ଶୁଣି, ବାପାଂକ ମୁଣ୍ଡ ଘୂରାଇ ଦେଲା ରସଗୋଲାର କାହାଣୀ ସରିଗଲା। ∎ କୋଟି ତୀର୍ଥ ଲେନ୍ ଭୁବନେଶ୍ୱର-୨ ମୋ-୯୪୩୭୦୧୪୩୨୨