ଶରତ ଆସେ ଶକୁନ୍ତଳା ମିଶ୍ର ଅକ୍ଟୋବର: ୨୦୨୪ Canonical: https://shishukishora.com/shishu/article_details-61c968b009.html ବରଷା ଶେଷେ ରୁତୁ ଶରତ ଆସେ ବଉଦ ଫାଂକେ ନୀଳ ଆକାଶ ଦିଶେ । ଫୁଟଇ କାଶତଣ୍ଡି ଫୁଟେ ସେଫାଳି ଗୋଳିଆ ନଈ ପାଣି ଦିଶଇ ନେଳି । ଶୁଖିଲା ବାଟ ଘାଟ ସଫା ସୁତର କଅଁଳ ଘାସ ପରେ ଝରେ କାକର । ଆସଇ ଦଶହରା ଦେବୀ ଯାତରା ଗହଳ ସାହି ଘର ଆନନ୍ଦେ ଭରା । ଜଗତ ତାରଣୀ ମାଆ ପାପ ନାଶିନୀ ଆସିବେ ଧରା ଧାମେ ସିଂହ ବାହିନୀ । ଶରତ ଆଗମନ ଜାଣିଲା କଇଁ ନିର୍ମଳ ଚାନ୍ଦ ଦେଖି ଫୁଟି ହସଇ । ପୂଜିବା ଭକ୍ତିଭରେ ଆନନ୍ଦେ ମିଶି । ନବ ବସନ ପିନ୍ଧି ସଭିଏଁ ଖୁସୀ । ମାଆ କରନ୍ତି ପିଠା କେତେ ପ୍ରକାରେ ବନ୍ଧୁ ବାନ୍ଧବ ଦିଆ ନିଆ ବି ଚଳେ । ବରଷକରେ ଥରେ ଏଇ ଶରତେ ଆସଇ ପୂଜା ମନ ଆନନ୍ଦେ ମାତେ । ∎