ପର୍ବ ପରମ୍ପରା ଯାଉଛି ହଜି ମନୋରମା ମିଶ୍ର ନଭେମ୍ବର: ୨୦୨୫ Canonical: https://shishukishora.com/shishu/article_details-69512992b4.html ପର୍ବ ପରମ୍ପରା ଯାଉଛି ହଜି, ଆଧୁନିକତାର ମାୟାରେ ମଜି। ଜନମଦିନରେ ଜଳୁନି ଦୀପ, କ୍ୟାଣ୍ଡେଲ୍ ଲିଭାଇ ପାଆନ୍ତି ସୁଖ। ପିଠାକ୍ଷିରୀ ନୁହେଁ କେଏକ୍ କଟା, ପୂର୍ଣ୍ଣକୁମ୍ଭ ବନ୍ଦାପନାକୁ ଥଟ୍ଟା। ରଜରେ ଝୁଲୁଛି ପ୍ଲାଷ୍ଟିକଦୋଳି, ଏକାଏକା ଖେଳ ନାହିଁଟି ମେଳି। ରାକ୍ଷୀ ବାନ୍ଧିବାକୁ ପିଲାଏ ବାଇ, ବଳଭଦ୍ର ଜନ୍ମ ଜାଣନ୍ତିନାହିଁ। ଆମ ପର୍ବ ପରମ୍ପରାର ମୂଳ, ଜାଣିବାକୁ ତାଙ୍କୁ କାହିଁବା ବେଳ। ହୋ ହଲ୍ଲା ମଜା ଯହିଁରେ ଅଛି, ପାଳୁଛନ୍ତି ତାକୁ ଖୁସିରେ ବାଛି। ଆମ ପରମ୍ପରା ଆମେ ରଖିବା, ପିଲାଙ୍କୁ ବୁଝାଇ ପର୍ବ ପାଳିବା। ∎ ନୀଳାଦ୍ରିବିହାର ଭୁବନେଶ୍ୱର-୨୧ ମୋ-୯୮୬୧୫୭୮୫୩୨