ବରଷା ତୁମେ ଆସୁନ କିଆଁ ଶ୍ରୀ ପ୍ରଭାତ ଚନ୍ଦ୍ର ରଥ ଜୁଲାଇ: ୨୦୨୬ Canonical: https://shishukishora.com/shishu/article_details-7c62abbd0e.html ବରଷା ତୁମେ ଆସୁନ କିଆଁ? ଗ୍ରୀଷ୍ମ ଢାଳେ ପ୍ରଚଣ୍ଡ ନିଆଁ ଜଳଇ ଆମ ମହୀ, ତୁମେ ଆସିଲେ ରାଜୁତି ତା`ର କୁଆଡେ ଯିବ ବହି । ଶୁଖିଗଲାଣି ନଈ ଗଡିଆ ଫାଟିଗଲାଣି ଭୂଇଁ ପଡିଆ ବିକଳେ ରହୁ ଚାହିଁ, ଜୀବଜନ୍ତୁଏ ଖୋଜି ବୁଲନ୍ତି ପାଣି ଟୋପାଏ କାହିଁ? ତୁମରି କାମ କଷ୍ଟ କରି କରନ୍ତି ଆଖୁ, ତାଳ, ସପୁରି, କାକୁଡି, ତରଭୁଜ, ତୁରନ୍ତ ଆସି ଦେଇ ଆଉଁସି ତାଙ୍କରି କଥା ବୁଝ । ବାହାରିଲେଣି ସାଆନ୍ତେ ପରା! ବଜାଅ ବାଜା ଚହଲୁ ଧରା ଭିଜେଇ ଦିଅ ମାଟି, ତୃଷିତ କେହି ନରହୁ ଏଠି ସିକ୍ତ ହେଉ ପାଟି । ∎ (ଅବସରପ୍ରାପ୍ତ ଶିକ୍ଷକ) ମୋ- ୮୭୬୩୩୦୨୫୦୭