ତାଙ୍କ ଠାରୁ ଆମେ ହୀନ ଡକ୍ଟର ବସନ୍ତ କିଶୋର ସାହୁ ଫେବୃଆରୀ: ୨୦୨୪ Canonical: https://shishukishora.com/shishu/article_details-935b3f7641.html ଅଳପରେ ତାଙ୍କ ଖୁସି ଭରିଯାଏ ମାଗନ୍ତିନି କେବେ ଭିକ, ଚୋରି ଧପାବାଜି ଶିଖିବି ନାହାଁନ୍ତି ମିଛକୁ କରନ୍ତି ଧିକ ।। ସକାଳୁ ଯାଆନ୍ତି କାମ ସନ୍ଧାନରେ ସନ୍ଧ୍ୟାରେ ଆସନ୍ତି ଫେରି, ଡର ଭୟ ତାଙ୍କ ପାଖ ମାଡ଼େ ନାହିଁ ସଭିଏଁ ଆପଣା ପରି ।। ଭାରି ସ୍ୱାଭିମାନୀ ପ୍ରକୃତି ଉପରେ ଭରସା କରନ୍ତି କେତେ ଜଙ୍ଗଲ ଦ୍ରବ୍ୟରେ ଚଳନ୍ତି ଖୁସିରେ ଭୁଲି ଛନ୍ଦ ମୋହ ଯେତେ ।। ଆଦିବାସୀ ବୋଲି କହିଥାଉ ସିନା ତାଙ୍କ ଠାରୁ ଆମେ ହୀନ, ତାଙ୍କ ମନ ପରି ଆମ ମନ ହେଲେ ରହିବାନି କେହି ଦୀନ ।। କୁସୁପୁର କୁଆଁପାଳ-୭୫୪୨୦୪ କଟକ