ମାଙ୍କଡ ବିଲେଇ ଲାଗିଲେ କଳି ମନୋରମା ମିଶ୍ର ଜୁନ : ୨୦୨୬ Canonical: https://shishukishora.com/shishu/article_details-94eb6417ae.html ମାଙ୍କଡ ବିଲେଇ ଲାଗିଲେ କଳି, ଦୁହେଁ ଦେଉଥିଲେ ଦୁହିଁଙ୍କୁ ଗାଳି। ବିଲେଇଟା ଠିଆ ଗଛର ତଳେ, ମାଙ୍କଡ ଗଛର ତଳୁଆ ଡାଳେ। ବିଲେଇ ଡେଉଁଛି ଲାଞ୍ଜକୁ ଛାଟି, ମାଙ୍କଡଟା ଖିଙ୍କି କରୁଛି ପାଟି। ହନୁମନ୍ତ ମୁହିଁ- କହେ ମାଙ୍କଡ, ବାଘପରି ମୁହିଁ-ପୁଷିର ତୋଡ। କଳିର କାରଣ ପଡୁନି ବୁଝା, ଦେଖିଶୁଣି ସବୁ ନିଅନ୍ତି ମଜା। ବିଲେଇକୁ ପଂଝେ ମତେଇଦେଲେ, ମାଙ୍କଡକୁ ଦଳେ ଖତେଇହେଲେ। କଳିଜାଗା ହେଲା ଭାରି ଗହଳି, କଳିରେ ତ ଦୁହେଁ ଦୁହିଁଙ୍କୁ ବଳି। ଏବେଳେ ବରଷା ଅଜାଡିଦେଲା, ଦୁହିଁଙ୍କର କଳି ବିଗିଡିଗଲା। ଦୁହେଁ ରହିଥିଲେ ଦୁହିଁଙ୍କୁ ଚାହିଁ, କଳି ଭାବ ତାଙ୍କ ଗଲା ଉଭେଇ। ∎ ନୀଳାଦ୍ରିବିହାର ଭୁବନେଶ୍ୱର-୨୧ ମୋ-୮୬୩୭୨୧୩୦୨୦