ବଳଠୁଁ ବୁଦ୍ଧି ବଡ ସତ୍ୟ ନାରାୟଣ ମିଶ୍ର ଫେବୃଆରୀ: ୨୦୨୪ Canonical: https://shishukishora.com/shishu/article_details-971f760855.html ଚଢୁଚଢୁକା ଶଂଖୀ ବିଲେଇ ଶିକାରୁ ଗଲା ପଡି ଚାଳରୁ ଦେଖି ଡାମରା କାଉ ହସରେ ଗଲା ଗଡି ।। ମାଛରୁ ଖଣ୍ଡେ ପଡିଲା ଖସି ଅଜା ମୋ ଖାଉଖାଉ କୋଉଠି ଥିଲା ମୋ ବୁଢୀ ଆଈ ହେଲା ସେ ରାଉରାଉ ।। ଆସିଲା ନାନୀ ହଲେଇ କାନି ଧୋବ ଧୋବିଲା ସିଏ ଝାମ୍ପି ନେଲାସେ ମାଛ ଖଣ୍ଡିକ କହିଲ ଦେଖି କିଏ? ।। ଅନେଇ ଥିଲା କାଳିଆ ଭୁଆ ମାଡି ବସିଲା ତାକୁ ବିଲେଇ ନାନୀ ପାଟିକି ଖାଲି କରିଲା ଚାକୁଚାକୁ ।। ରୁମୁ ରୁମିଆ ଆମ ଭାଲୁଆ ନାଚିଲା ଥେଇଥେଇ କାମୁଡି ଦେଇ ଭୁଆ ପିଠିକି ମାଛଟି ଗଲା ନେଇ ।। ନାଳୁଆ ଥିଲା କୁକୁର ପାଟି ମାଛ ପଡିଲା ଖସି ଡାମରା କାଉ ଥେଇ ନେଇ ଡାଳରେ ଗଲା ବସି ।। କାଉ କହିଲା ବିଲେଇ ନାନୀ ହଉଥା ଘଡଘଡ ବଳ ଯାହାର ମୂଲକ ତା`ର ତା` ଠାରୁ ବୁଦ୍ଧି ବଡ ।। ହୃଦପଲ୍ଲବ ଗୁରୁବିହାର ସର୍ବୋଦୟ ନଗରପୁରୀ-୨