ମୋତେ ସେ କରେ ଭାବୁକ କବି ଡକ୍ଟର ସଚ୍ଚିଦାନନ୍ଦ କର ଜୁଲାଇ: ୨୦୨୪ Canonical: https://shishukishora.com/shishu/article_details-9728c4018d.html ଏମିତି ଏକ ସକାଳ ମୁଁ ଯେ କେବେ ବି ଦିନେ ଖୋଜିନି କାହିଁ ଯେଉଁ ସକାଳେ ଗଛର ଡାଳେ ହସୁ ନ ଥିବ ଫୁଲଟେ ଚାହିଁ ।। ଏମିତି ଏକ ପାଦପ ମୁଁ ଯେ କେବେ ବି ଦିନେ ଖୋଜିନି କାହିଁ ଯେଉଁ ପାଦପେ ନ ଥିବ ଶାଖା ନ ଦେବ ଯିଏ ଶୀତଳ ଛାଇ ।। ଏମିତି ଏକ ତଟିନୀ ମୁଁ ଯେ କେଉଁଠି କେବେ ଖୋଜିନି କାହିଁ ଯେଉଁ ତଟିନୀ ଜଳଧାରାଟି ମିଶୁ ନ ଥିବ ସାଗରେ ଯାଇ ।। ଏମିତି ଏକ ଆକାଶ ମୁଁ ଯେ କେବେ ବି ଦିନେ ଖୋଜିନି କାହିଁ ଯେଉଁ ଆକାଶେ ସୂରୁଯ ଜହ୍ନ ଦିଶୁ ନ ଥିବେ ଦେଖିଲେ ଚାହିଁ ।। ଏମିତି ଏକ ସଞ୍ଜ ମୁଁ କେବେ ଦିନଟେ ହେଲେ ଖୋଜିନି କାହିଁ ଯେଉଁ ସଞ୍ଜରେ ସଞ୍ଜବତିଟି ଜଳୁ ନ ଥିବ ଦିଅଁଙ୍କ ପାଇଁ ।। ଏମିତି ଏକ ରାତି ମୁଁ କେବେ ଥରୁଟେ ପାଇଁ ଖୋଜିନି କାହିଁ ଯେଉଁ ରାତିରେ ମିଠା ସପନ ଆସୁ ନ ଥିବ ପାଖକୁ ଧାଇଁ ।। ଏମିତି ଏକ କୁସୁମ ମୁଁ ଯେ କେଉଁଠି କେବେ ଖୋଜିନି କାହିଁ ଯେଉଁ କୁସୁମେ ନ ଥିବ ବାସ ଜନମନକୁ ମୋହିବା ପାଇଁ ।। ଥାଇ ମୁଁ ଏଠି ଖୋଜଇ ନିତି ମୋ ଦୁନିଆର ସୁନ୍ଦର ଛବି ସୁନ୍ଦର ଯାହା ମୋ ପ୍ରିୟ ତାହା ମୋତେ ସେ କରେ ଭାବୁକ କବି ।। ∎ ନିର୍ମାଲ୍ୟ ନୂଆପଡ଼ା, ନୟାବଜାର, କଟକ - ୦୪ ମୋ. – ୯୮୬୧୨୧୧୦୫୧