ଆସ ମାଆ ଦୂର୍ଗା କବିତା ମିଶ୍ର ଅକ୍ଟୋବର: ୨୦୨୫ Canonical: https://shishukishora.com/shishu/article_details-ab886e2c48.html ଆସ"ମା" ଦୂର୍ଗା ଜଗତଜନନୀ ସରଗୁ ଓହ୍ଲାଇ ଆସ ମରତ ଭୂଇଁରେ ପାଦ ଥାପି ଥରେ ଆମକୁ ଦିଅ ଆଶିଷ।। ତୁମ ଆଗମନେ ଖୁସିର ଲହରୀ ବହୁଛି ଧରଣୀ କୋଳେ ହସେ ତରୁଲତା ସବୁଜ ବନାନୀ ଫୁଲ ଫଳ ବୃକ୍ଷ ଡାଳେ।। ପୂଜା ମଣ୍ଡପରେ ଆଲୋକ ଝଲସି ଶୋଭା ପାଉଛି ତୋରଣ ଫୁଲ ଦୀପ ଧୂପ ଟିକି ହାତେ ଧରି କରୁଛୁ କୋଟି ପ୍ରଣାମ। । ଏ ଧରା ଧାମକୁ ଆସି ଥରେ ମାଆ ଆଶିଷ ଦିଅଗୋ ଢାଳି ତୁମରି ସନ୍ତାନ ଆଗେଇ ଚାଲନ୍ତୁ ଦୁଃଖରେ ନ ଯାଆନ୍ତୁ ହାରି।। ଛୋଟ ପିଲା ଯେତେ ଅଛୁ ଏ ମହୀରେ ମାଆଙ୍କୁ ସ୍ମରଣ କରି ବିଜୟ ବାରତା ଗାଇବା ସବୁଠି ଧରମ ବାନାକୁ ଧରି।।( ∎ ନୀଳାଦ୍ରିବିହାର ଭୁବନେଶ୍ବର--21 9937033750