ଆପଡ ଚାପଡ ନିରୁପମା କବି ମାର୍ଚ୍ଚ: ୨୦୨୬ Canonical: https://shishukishora.com/shishu/article_details-ad49515cbc.html ଆପଡ ଚାପଡ ଘି ମହକା ଓଲେଇ ଗାଈ ଟା ଛଉ ଛଉକା ଏଇଠି ଅଛି ଘାସ ଚରୁଛି ହେଇ ହେଇ ଗଲା ବାରିରେ ପଶି ଧୋବ ଫରଫର ବହଲ କ୍ଷୀର ଦିଅ ଜେଜେ ମାଆ ରାବିଡି ସର ଚାକୁମ ଚାକୁମ ଖାଇବ କୁନା ଢକ ଢ଼କ କ୍ଷୀର ପିଇବ ମୀନା ଛନଛନିଆ ବାରି କିଆରୀ ପିଲାଏ ମିଶିକି କର ତିଆରି ତଟ କା ଚିଜ ଭାରି ସୁଆଦ ଦିଅ ଦିଅ ଦିଅ ପିଲାଙ୍କୁ ଆଗ ଖସର ଖସର୍ ଖଡି ର ଗାର ସିଲଟ ରେ ଲେଖି ଶିଖ ଅକ୍ଷର ଅ ଆ କ ଖ ଚକ ଅଖ ଛବି ବହି ଖୋଲି ପଢ଼ିବା ଶିଖ କିତ କିତ କିତ କିିତି କିତି ବାଗୁଡ଼ି ଖେଳ ରେ ପିଲାଏ ନି ତି ବଲ ବଢ଼ିବ ବୁଦ୍ଧିଆ ହେବ ସବୁଥିରେ ତୁମେ ଆଗେଇ ଯିବ ଢେଁପପେ ଢେପେର ବାଜଇ ବାଜା ସ୍ବାଧୀନ ଦେଶ ର ପିଲାଏ ରାଜା ଏକ ଦୋ କରି ଯାଅ ଚାଲି ଯାଅ ପ୍ୟାରେଡ କରି!!! ∎ ରାଇରଙ୍ଗପୁର