ବଡ଼ ଅଜବ କଥା ମଧୁସୂଦନ ମିଶ୍ର ସେପ୍ଟେମ୍ବର: ୨୦୨୫ Canonical: https://shishukishora.com/shishu/article_details-b2641bf0c0.html ବାଉଁଶ କାଳେ ଘାସ ଶ୍ରେଣୀର ବିଜ୍ଞାନ ଦିଏ ମତ । ବୁଝି ହୁଏନା ଅଜବ କଥା ତଥାପି କଥା ସତ ।। ବାଘ କୁଆଡେ଼ ବିଲେଇ ଜାତି ଦିଶନ୍ତି ଏକା ପରି । ବାଘ ଦେଖିଲେ ଲାଗଇ ଭୟ ବଞ୍ଚନ୍ତି ଡରିମରି ।। ଜନମ ହେଲେ ମରଣ ଅଛି ସଂସାର ନିୟମ ଏହା ଏମିବା କେବେ ମରଇ ନାହିଁ ବିଜ୍ଞାନ କହେ ଯାହା ।। ସୁରୁଜ ଶୋଷେ ସାଗର ପାଣି ଯାହା ଲୁଣିଆ ଅତି । ସେହି ପାଣିରେ ବରଷା ହେଲେ ମିଠା ଲାଗେ କେମିତି ? ସାଆଁବାଳୁଆ ଦେହ ଛାଡ଼ିଲେ ହୁଏ ପରଜାପତି । ମଣିଷ କାଳେ ମାଙ୍କଡ ଥିଲା ଭାବିଲେ ଥରେ ଛାତି ।। ଶାମୁକା ଦେହେ ମୁକୁତା ରହେ ବହୁତ ମୂଲ୍ୟବାନ । ଅଶ୍ୱତ୍ଥn ବୃକ୍ଷ ରାତି ବେଳରେ ଛାଡଇ ଅମ୍ଳଜାନ ।। ଏମିତି ଅଛି କେତେ ରହସ୍ୟ ଭାବିଲେ ମୁଣ୍ଡ ବଥା । ଜ୍ଞାନ ବିଜ୍ଞାନ କାହାଣୀ ଇଏ ବଡ଼ ଅଜବ କଥା । ∎ କେନ୍ଦୁଝର ୯୪୩୮୧୯୨୮୧୦