ଆମ ରାଇଜର ଦୁଇଟି ନେତ ଜୟକୃଷ୍ଣ ସାହୁ ଅଗଷ୍ଟ: ୨୦୨୫ Canonical: https://shishukishora.com/shishu/article_details-bcf837670b.html ଆମ ରାଇଜର ଦୁଇଟି ନେତ ଲାଗନ୍ତି ସେ ଦୁଇ ଆମରି ମିତ ଏକ ପତିତପବନ, ଆନଟି ତ୍ରିରଙ୍ଗା ଜାତୀୟ ପତାକା ଦିଶେ କେଡ଼େ ଶୋଭାବନ। ପତିତପାବନ ପତିତ ତାରେ ଦୁଃଖୀ ଜନଙ୍କର ଦୁଃଖକୁ ହରେ ପ୍ରଭୁଙ୍କର ଆଜ୍ଞା କାରୀ, ପତିତପାବନ ନାଆଁ ଧରିଦେଲେ ସବୁ ଦୁଃଖୁ ହୁଏ ପାରି। ଜାତିର ପ୍ରତୀକ ତ୍ରିରଙ୍ଗା ନେତ ତିନି ରଙ୍ଗ ବୋଳି ଉଡଇ ସେତ ସ୍ୱାଭିମାନୀ ନେତଟିଏ, ଭାରତ ମାତାର ଗଉରବ ଗାଥା ଉଡ଼ି ଉଡ଼ି ଗାଉଥାଏ। କେଡ଼େ ଭାଗ୍ୟବାନ ଆମେରେ ସତେ ଦୁଇ ନେତ ଛନ୍ତି ଆମରି ହିତେ କାହାକୁ ଡରିବୁ କିଆଁ, କାଳିଆ ଠାକୁର ସୁଖରେ ଦୁଃଖରେ ଯା` ପଛେ ହୁଅନ୍ତି ଠିଆ। ∎ କପିଳ ପ୍ରସାଦ, ଭୁବନେଶ୍ୱର-୨ ମୋ-୯୯୩୭୦୯୨୩୯୭.