ଆମ ଗାଁ ନଈ କୀର୍ତ୍ତନ ସାହୁ ଫେବୃଆରୀ : ୨୦୨୬ Canonical: https://shishukishora.com/shishu/article_details-c6e3f75886.html ଆମ ଗାଁ ନଈ ଗାଆଁ କଡେ ଆମ ଯାଉଛି ବହି ସାଇତି ଥିବା ତା କେତେ ଯେ କାହାଣୀ ଗାଆଁ ଲୋକ ପାଖେ ଯାଉଛି କହି । ମଧୁର ଗୀତ ଗାଇ ଶୁଣାଏ ସେ ନ ରଖି ଭିତ ସକାଳ ସଞ୍ଜରେ ମନ ମୋହି ନିଏ ଆମ ଗାଆଁ ଲୋକ ସଭିଏଁ ମିତ । ମନୋଇ ଭାରି କ୍ଷୀଣ ଦେହ ତାର ହୁଅଇ ବାରି କାମରେ ଯଦି କେ ଆରପଟ ଯିବ ତା ଦେହରେ ଚାଲି ହୁଅନ୍ତି ପାରି । ବରଷା ଯୁଟେ ବେଶି ବରଷାରେ ସେ ଫୁଲି ଉଠେ ମେଘ ଛାଡି ଗଲେ ଘଣ୍ଟାକ ଭିତରେ ମୋଟା ଶରୀରଟା କ୍ଷଣିକେ ତୁଟେ। ସୁଖର ସାଥୀ ଦୁଃଖରେ ବି ଥାଏ ନ ବାରେ ଜାତି ତା କୋଳ ଦେଇଛି ସଭିଙ୍କୁ ଆସରା ହେଉ ଶୀତ ଖରା ବରଷା ତାତି । ∎ ମିଶ୍ର କଲୋନୀ ଶାଳପଡ଼ା , କେନ୍ଦୁଝର ଦୂର ଭାଷ - ୯୪୩୮୪୧୪୭୦୧