ଜୀବନ୍ତ ଦେବତା ମୋର ଜୟକୃଷ୍ଣ ସାହୁ ସେପ୍ଟେମ୍ବର: ୨୦୨୫ Canonical: https://shishukishora.com/shishu/article_details-cb86e02754.html ଜୀଵନରେ କେତେ ମନ୍ଦିର ଦେଖିଛି ଦେଵତା ଦେଖିଛି କେତେ ପଚାରିଲେ କାହିଁ କୋଉ ଦେବ ଦେବୀ କଥା କହନ୍ତିନି ମୋତେ। ନିଉଛାଳି ହୋଇ ଗୁହାରି କଲେ ବି ମିଳେନାହିଁ ଶୁଭ ଫଳ ପାଷାଣ ଦେହରେ ମଥା ପିଟି ପିଟି ସରଇ ଜୀଵନ କାଳ। ଆମ ଘରେ ଛନ୍ତି ଏମିତି ଦେଵତା ସେମାନେ କହନ୍ତି କଥା ଧୂଳି ଟିକେ ପଡ଼ିଗଲେ ଆମ ଦେହେ ଲାଗେ ତାଙ୍କ ମନେ ଵ୍ୟଥା। ଅଝଟ ହୋଇଲେ ତୋଳିଦେଇଥାନ୍ତି ସରଗୁ ପୁନେଇଁ ଜହ୍ନ ମାଗିବା ଆଗରୁ ସଵୁ ମିଳିଯାଏ ଯାହା ଚାହେଁ ମୋର ମନ। ନିଜେ ଭୋକେ ରହି ଦେଇଥାନ୍ତି ଖୋଇ ଭାତ ଡାଲି କ୍ଷୀର ସର ଵିଦ୍ୟାଳୟେ ନେଇ ଛାଡ଼ି ଦେଇଥାନ୍ତି ଵୋହି ସେ ଵସ୍ତାନି ଭାର। ଚିରା ଫଟା ପିନ୍ଧି କଟାଇ ଦିଅନ୍ତି ତାଙ୍କର ଜୀଵନ କାଳ ନିଜ ପିଲାଙ୍କୁ ସେ ସୁଖେ ରଖିଵାକୁ କଟିଯାଏ ତାଙ୍କ ଵେଳ। ଜୀଵନ୍ତ ଦେବତା ଘରେ ଥାଉ ଥାଉ ମନ୍ଦିର ଯିଵି ମୁଁ କାହିଁ କାହିଁକି ପାଷାଣ ପୂଜିଵି ମନ୍ଦିରେ ପୁଷ୍ପ ନଇଵେଦ୍ୟ ଦେଇ। ∎ କପିଳ ପ୍ରସାଦ, ଭୁବନେଶ୍ୱର-୨ ମୋ-୯୯୩୭୦୯୨୩୯୭