ଗଛ ଲଗାଇବା -ଆଶିଷ ପାଇବା ପୌର୍ଣ୍ଣ ମାସୀ ଦେବୀ ଜାନୁୟାରୀ: ୨୦୨୫ Canonical: https://shishukishora.com/shishu/article_details-d60b8314ff.html ଓଡିଶା ଆମ ରାଇଜ ନାମ ଜାତି ଆମର ଓଡ଼ିଆ ମୁଲକ ରାଜା ଜଗତ ନାଥ ସେନେହେ ଡାକୁ କାଳିଆ । ଜାତି ଅଜାତି ନାହିଁ ତାହାଠି ସଭିଏ ତାର ସମାନ ବିପଦ ବେଳେ ଡାକୁ ଆତୁରେ ରଖ ଚକା ନୟନ । ସୁଖ ଦୁଃଖ ରେ ସବୁ କାମରେ ଲୋଡୁ ତାହାକୁ ଆଗୁଆ ମୁରବି ଭଳି ଜଗି ବସିଲେ କାମ ହୁଅଇ ବଢିଆ । ଦୁନିଆ ସାରା ଦେବତା ଯେତେ ଗଢ଼ା ପଥର ଧାତୁରେ ହେଲେ ମୋ ଜଗା ହୋଇଛି ଗଢ଼ା ନିମ ଗଛର କାଠରେ । ଚେତାଇ କହେ ଶୁଣ ରେ ଶୁଣ ଗଛ ଆମର ଦେବତା ଯତନ ନିଅ ନକାଟ ଗଛ ଦିଅଇ ଏଇ ବାରତା । ମଣିଷ ଆଗୁ ଗଛ ଜନମ କଥା ଟି ଅଟଇ ସତ ଗଛ ର ଲାଗି ରହିଚି ଜୀଇଁ ଧରା ରେ ଜୀବ ଜଗତ । ଆସ ସଭିଏ ଗଛ ଲଗାଇ ଜଗା ର କଥା ରଖିବା ଗଛ ହସିଲେ ଧରା ହସିବ ଆମେ ବି ସବୁ ହସିବା । ପରିବେଶ କୁ ସୁସ୍ଥ ରଖିବା ଗଛ ଯତନ କରିବା ତାହେଲେ ଯାଇ ଜଗତ ନାଥ ଆଶିଷ ପାଇ ପାରିବା । ∎ ପୁରୀ