ଶୀତ ଗଲା ଋଷି ହରିପ୍ରିୟା ପଟ୍ଟନାୟକ ଫେବୃଆରୀ : ୨୦୨୬ Canonical: https://shishukishora.com/shishu/article_details-d6676c6950.html ଶୀତ ଚାଲିଗଲା ଥିରିଥିରି ମଳୟ ବହେ ଶିରିଶିରି କାଉକୁ କହିଲା କୋଇଲି ତୁ ଦେଖୁନାହୁଁ ମୋର ଶିରୀ ଆମ୍ବଗଛେ ଏବେ ବଉଳ ପୋଖରୀରେ ଖେଳେ ଶେଉଳ ସାପ ବାହାରିଲା ଗାତରୁ ବାଟରେ ଜଗିଛି ନେଉଳ ଭଦଭଦଳିଆକୁ ଦେଖରେ କଙ୍କି ଉଡିବୁଲେ ପାଖରେ କଜ୍ଜଳପାତିଟା ଚକ୍କର କାଟି ନେଇଗଲା ଗୋଟେ ଥଣ୍ଟରେ। ବସନ୍ତରାଣୀ ଆସିଗଲା ଶୀତମାଉସୀଟା ଋଷିଲା ଦୋଳରେ ରଙ୍ଗ ହୋରିଖେଳ ପାଖେଇ ପାଖେଇ ଆସିଲା।  ∎