ଚଇତ ମଲ୍ଲୀରୁ ଗୋଟେ ଉମାକାନ୍ତ ବେହେରା ଏପ୍ରିଲ: ୨୦୨୬ Canonical: https://shishukishora.com/shishu/article_details-e2890a1325.html ଶୀତ ସରିଗଲା ଫଗୁଣ ଆଣିଲା କଅଁଳିଲା ଝରା ପତର ବାଡ଼ି ବଗିଚାରେ ଖେଳି ସାରିଲାଣି ବସନ୍ତ ଆସିବା ଖବର l ଆମ୍ବ ଗଛ ସବୁ ନଇଁ ପଡିଲେଣି ନୂଆ ନୂଆ ଫୁଲ ଭାରରେ ଆଉକେତେଦିନେ ବଉଳ ଝଡିବ ଚଣା ଆସିଯିବ ଡାଳରେ l ବାଡ଼ି ବଗିଚାରେ ଶୁଖି ଆସୁଥିଲା ସବୁଜିଆ ମଲ୍ଲୀ ପତର ପତର କଅଁଳି ଅଗେଇ ଗଲାଣି ମଳୟ କରିଲା ମନ୍ତର l ଗଛ ମୂଳଟିକେ ସଫା ସଫି କରି ଖତ ପାଣି ଦେଲେ ମୂଳରେ ଆଉ କେତେ ଦିନେ କଢି ଆସିଯିବ ବାସ ଚହଟିବ ବାହାରେ l ଧୋବ ଫର ଫର ମଲ୍ଲୀ ଫୁଟିଯିବ ଚଇତ ମହକି ଉଠିବ ବାଟଚଲା ଲୋକ ସଞ୍ଜ ପହରରେ ଘଡିଏ ଅଟକି ରହିବ l ଜେଜେମା କହନ୍ତି ଆଷାଢ଼ିଆ ମଲ୍ଲୀ ପାଛିଆରେ ଆଣ ପାଛିଏ ବଇଶାଖ ମଲ୍ଲୀ ମୁଠାଏ ସମାନ ଚଇତ ମଲ୍ଲୀରୁ ଗୋଟିଏ l ∎ ସ୍ବପ୍ନ ସ୍ମୃତି, ଶ୍ରୀହରିବିହାର, ଗହ୍ମାରିଆ କେନ୍ଦୁଝର ଗଡ଼ ୯୩୪୮୫୧୬୦୦୧