ଆସପାଠ ପଢିବା ସସ୍ମିତା ସ୍ଵାଇଁ ମଇ: ୨୦୨୬ Canonical: https://shishukishora.com/shishu/article_details-e5b440c678.html ସୁରୁଜଦେବତା ପୂରୁବ ଦିଗରେ ଉଇଁଲା । କାଉଡାକି ଡାକି ହାଲିଆ ହୋଇକି ରହିଲା ଜେଜେ ଜେଜେମା ଡାକିଲେଣି ବୋଉ କହିଲା କୁନା କୁନିଙ୍କର ଶେଯରୁ ଉଠିବା ନୋହିଲା ପୋଷା ବିରାଡିଟା ଭୋକରେ କଲାଣି ଗହଳ କୁନା କୁନି ତୁମେ ଉଠି ଯାଅ ବାବା ସହଳ ପୋଷା କୁକୁରଟା ଏପାଖ ସେପାଖ ହଉଛି ପିଲା ଦୁଇଟାଙ୍କୁ ମନେ ମନେ ଭାରି ଖୋଜୁଛି ଉଠ କୁନା କୁନି ପାଠ ପଢା ବେଳ ହେଲାଣି ରାତି ପାହିଲାଣି ଜହ୍ନ ତାରା ନେଲେ ମେଲାଣି ପାଠ ପଢି ତୁମେ ରଖିବ ଘରର ମହତ ପାଠ ଭଳି ମିତ ଜଗତରେ କିଏ କହତ। ∎ ଶିଶିଲୋ, ଖୋର୍ଦ୍ଧା