ଜଟ କହେ - ସେଲୁନ ଶ୍ରୀ ପ୍ରଭାତ ଚନ୍ଦ୍ର ରଥ ମଇ: ୨୦୨୫ Canonical: https://shishukishora.com/shishu/article_details-f1069f43bd.html କାହା କଥା ନ ମାନି ସେ ପଶିଗଲା ମାଳରେ, ଟେକା ଦିଟା ମାରିଦେଲା ମହୁଫେଣା ଡାଳରେ. ପରିସ୍ଥିତି ଅଣାୟତ କ୍ଷିପ୍ର ବେଗେ ଆସିଲେ, ନଟିଆର ଆଖି, କାନ ମୁହଁ ସାରା ଦଂଶିଲେ. ମରିଗଲି, ମରିଗଲି ରଡିକଲା ନଟିଆ, ଡାକତରଖାନା ଯିବ ଅଣାଗଲା ଖଟିଆ. ମୁହଁ ଫୁଲି ଯାଇଥିଲା ସତେ ଅବା ବେଲୁନ ନଟ କହେ - କେଉଁଆଡେ? ଜଟ କହେ - ସେଲୁନ! ∎ ଅବସରପ୍ରାପ୍ତ ଶିକ୍ଷକ, ସତ୍ୟବାଦୀ. ଦୂରଭାଷ - 8763302507.