ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଈଶ୍ୱର ଡ. ସନାତନ ପଣ୍ଡା ନଭେମ୍ବର: ୨୦୨୫ Canonical: https://shishukishora.com/shishu/article_details-f3f014cddd.html ଜଗତରେ ଗୁରୁ ପରି ନାହିଁ କେ ନିଜର ପିତାମାତା ପରି ଯିଏ କରନ୍ତି ଆଦର ମୋର ମାର୍ଗଦାତା ମୋ ଭାଗ୍ୟ ବିଧାତା ଆଶିଷରେ ଧନ୍ୟ ମୋ ଜୀବନ ଯାତ୍ରା ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଈଶ୍ୱର ପରଂବ୍ରହ୍ମ ଗୁରୁଦେବ ଘେନଜୁହାର॥ ଛାତ୍ର ପାଇଁ ଦିନ ରାତି ଦେଖ କେତେ ସପନ ଭରିଦିଅ ବିଦ୍ୟାବୁଦ୍ଧି କରି କେତେ ଯତନ ସବୁରି ପ୍ରତିଭା କର ବିକଶିତ ଚଲା ପଥ ସଦାକର କୁସୁମିତ ଦୟାରକ୍ଷମାର ଆହେ ଅବତାର ବଚନେ ତୁମର ଅମୃତର ଝର ଜୀବନରେ ଆଣିଦିଅ ଆଲୋକ ଧାର ପ୍ରତିଭାର ମହକରେ ହସୁ ସଂସାର ଗୁରୁବ୍ରହ୍ମାଗୁରୁବିଷ୍ଣୁଗୁରୁଈଶ୍ୱର॥ ସ୍ନେହ ମମତାରେ ଭରା ଶାସନ ତୁମର ଶିଖାଇଛ ବିଦ୍ୟାବୁଦ୍ଧି ଦେଇଛ ସଂସ୍କାର ଶିକ୍ଷାସାଧନାରେ ବ୍ରତୀ ନିରନ୍ତର ବିକାଶର ତୁମେ ଅଟ ସୂତ୍ରଧର ସବୁରି ମନରେ ଭରିଛ ପ୍ରେରଣା ଦେଇଛ ଉତ୍ସାହ କରିଛ ଆପଣା ନୀତିଆଦର୍ଶ ପ୍ରତୀକ କୃପା ସାଗର ତୁମ ଆଶିଷରେ ହଟୁ ଆମ ଅନ୍ଧାର ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଈଶ୍ୱର॥∎ ଫୋନ-9437114952