ପିଲାଙ୍କ କଲମରୁ

( ମଇ:୨୦୨୪ , ପ୍ରଥମ ବର୍ଷ : ପଞ୍ଚମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ସକାଳ

ଲେଖା : ସ୍ଵାତୀ ମହାନ୍ତି

ଉଠରେ ଉଠ,
ନ କର ମଠ,
ସକାଳ ହେଲା ଆସି ।
କିଚିରି ମିଚିରି,
ଗାଇଲେ ଗୀତ,
ପକ୍ଷୀଗୁଡିଏ ମିଶି ॥
ଅନେକ ପକ୍ଷୀ,
ଡେଣା ମେଲାଇ,
ଆକାଶେ ଗଲେ ଉଡି।
ଗଛ ଡାଳରେ,
କାଉ ରାବିଲା,
ଉଠରେ ଶେଯ ଛାଡି ॥
ଶୀତଳ ବାଆ,
ବହୁଛି ଧୀରେ,
ଅତି କଅଁଳ ଖରା ।
ବାୟୁ ମଣ୍ଡଳ,
ଶୁଦ୍ଧ ଅଛି,
ଅମ୍ଳଜାନେ ଭରା ॥
ସକାଳ ଖରା,
ଭିଟାମିନ ଡି,
ଭରେ ଆମରି ଦେହେ ।
ସକାଳେ ଟିକେ,
ଆସିଲେ ବୁଲି,
ମନ ପ୍ରଫୁଲ୍ଲ ରହେ ॥
ଉଠରେ କୁନା,
ଉଠରେ କୁନି,
ଉଠ କୁନୁ, କୁନିଆ ।
ଏଇ ସକାଳୁ,
ଆରମ୍ଭ ହେଲା,
ଦିନ ଗୋଟିଏ ନୂଆ ॥

ଏହି ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion