ପିଲାଙ୍କ କଲମରୁ

( ମଇ:୨୦୨୪ , ପ୍ରଥମ ବର୍ଷ : ପଞ୍ଚମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଖରା

ଲେଖା : ରାନୀ ଦାସ

ବାହାରେ ଟାଣ ଖରା,
ଗରମ ଅସମ୍ଭାଳ ।
କୋଉଠି ନାଇଁ ଛାଇ,
ଗଛ ନାହିଁ କି ଡାଳ ॥
ଆମରି ହାତେ ଆମେ ,
ଦେଇଛୁ ଗଛ କାଟି ।
ଖରାର ତେଜ ଦେଖି,
ଏବେ ଶୁଖୁଛି ପାଟି ॥
ତଣ୍ଟି ଅଠା ଅଠା,
ମୁଣ୍ଡ ଯେ ଝାଇଁ ଝାଇଁ ।
ସୂର୍ଯ ତେଜ ବଢେ,
ଖରା ଯେ ଟାଇଁ ଟାଇଁ ॥
ଦିନକୁ ଦିନ ବଢେ,
ପୃଥିବୀର ତାତି ।
ଏ ତାତି ବଢି ବଢି,
ମନେ ଜାଗଇ ଭୀତି ॥
କଅଣ ହେବ ସତେ,
ସବୁଜ ପୃଥିବୀର ।
ସବୁକି ଜଳି ପୋଡି,
ହୋଇବ ଛାରଖାର ॥
ଗଛ ଗୋଟିଏ ପୋତ,
କର ନା ଡେରି ଆଉ ।
ଶ୍ୟାମଳ ହେଉ ପୃଥ୍ବୀ,
ତାତିର ଦୁଃଖ ଯାଉ ॥

ଏହି ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion