ପିଲାଙ୍କ କଲମରୁ

( ମଇ:୨୦୨୪ , ପ୍ରଥମ ବର୍ଷ : ପଞ୍ଚମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ସଞ୍ଜ ବେଳ

ଲେଖା : ତନୁଶ୍ରୀ ମହାନ୍ତି

ସଞ୍ଜ ନଇଁ ଯାଏ
ଆସଇ ରାତି ଧୀରେ ।
ଆଲୁଅ ହଜିଯାଏ
ଅନ୍ଧକାର ଘେରେ॥
ରାତିର ଆକାଶରେ
ଫୁଟଇ ତାରାଫୁଲ।
ଜହ୍ନ ଉଇଁ ଆସେ
କିରଣ ଝଲମଲ ॥
ଶୀତଳ ବାଆ ବହେ
ଫୁଲର ବାସ୍ନା ଆସେ।
ଟୁବି ଗଡିଆ ଜଳେ
କଇଁ ଫୁଲଟି ହସେ ॥
ଦୂରରେ କେଉଁ ଠାରେ
ବଂଶୀ କେ ବଜାଏ।
ମନ୍ଦିରରେ ଘଣ୍ଟି
ଘଣ୍ଟା ବାଜୁଥାଏ ॥
ଜହ୍ନ ଆଲୁଅରେ
ଦିସୁଛି ଝଲମଲ।
ଘର ଦୁଆର ଗଛ
ବାଡି ବଗିଚା ବିଲ ॥
ରୂପାର ଚଦରଟେ
ଢାଙ୍କି ଦେଲା କିଏ।
ସ୍ଵପ୍ନ ପରି ଦିଶେ
ମନକୁ ମୋହିନିଏ ॥
ସାଙ୍ଗସାଥୀଙ୍କୁ ଛାଡି
ଘରକୁ ଫେରି ଆସେ ।
ପ୍ରାର୍ଥନାଟିଏ ଗାଏ
ଠାକୁରଙ୍କର ପାଶେ ॥
ପାଠ ପଢିବା ପାଇଁ
ଖାତା ବହି ମୁଁ ଖୋଲି ।
ପଢାରେ ଦିଏ ମନ
ଖେଳକୁଦକୁ ଭୁଲି ॥

ଏହି ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion