ପିଲାଙ୍କ କଲମରୁ

( ଜୁନ:୨୦୨୪ , ପ୍ରଥମ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆସିଲା ହାତୀ

ଲେଖା : ତନୁଶ୍ରୀ ମହାନ୍ତି

ଆସିଲା ହାତୀ ଫୁଲାଇ ଛାତି
ପାଦ ପକାଇ ଧୀରେ।
କୁକୁର ଦଳ ହୋଇ ବିକଳ
ଲୁଚିଲେ ଯାଇ ଦୂରେ ॥
କିଏ ସେ ଏଡେ ବିରାଟ ଜୀବ
କାନଟା କୁଲା ପରି ।
ବୋବାଉ ନାହିଁ ଅନାଉ ନାହିଁ
ଦେହ ପାହାଡ ସରି ॥
ଶୁଣ୍ଢ ଉଠେଇ ଲାଞ୍ଜ ହଲେଇ
ଦାନ୍ତ ଦେଖାଏ ହାତୀ ।
କୁକୁର ଗୋଟେ ଭୁକିଲା ଧୀରେ
ମନରେ ରଖି ଭୀତି ॥
ସବୁ କୁକୁର ଜବାବ ଦେଲେ
ଭୋ ଭୋ କଲେ ପାଟି ।
ବାହାରି ଆସି ଆଢୁଆଳରୁ
ରାସ୍ତାରେ ଗଲେ ଜୁଟି॥
କିଏ ସେ ଭୁକେ କାହିଁକି ଭୁକେ
କାହିଁକି ଭୋ ଭୋ କରେ ।
ହାତୀ କରେନା ଖାତିର ଜମା
ଆଗକୁ ମାଡି ଚାଲେ ॥


ଏହି ଲେଖା ସମ୍ପର୍କୀୟ ମତାମତ

Sanjukta parichha

21-06-2024 / 15:18:24

ହାତୀ ଉପରେ ସୁନ୍ଦର ଲେଖା ଭିତରେ ସୁନ୍ଦର ବାର୍ତ୍ତା ବି ରହିଛି ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion