ପିଲାଙ୍କ କଲମରୁ

( ଜୁନ:୨୦୨୪ , ପ୍ରଥମ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଅଣ୍ଡା ଥୋଇଥିଲା ବତକଟିଏ

ଲେଖା : ସ୍ଵାତୀ ମହାନ୍ତି

ଅଣ୍ଡା ଥୋଇଥିଲା ବତକଟିଏ
ଜଗିଥିଲା ବେଙ୍ଗ ଛୁଆ ।
ବେଙ୍ଗକୁ ଜଗିଛି ଚୁଟିଆ ମୂଷା
ମୂଷାକୁ ଜଗିଛି ଭୁଆ ॥
ଭୁଆକୁ ଜଗିଛି ଗେଡୁ କୁକୁର
ତାକୁ ଜଗେ କଳା କୁଆ ।
ଏତିକି ବେଳକୁ ଫାଟିଲା ଅଣ୍ଡା
ବାହାରିଲା ସାପ ଛୁଆ ॥


ଏହି ଲେଖା ସମ୍ପର୍କୀୟ ମତାମତ

Sanjukta parichha

21-06-2024 / 15:24:05

ଖୁବ୍ ସୁନ୍ଦର କବିତାଟିଏ। ସମସ୍ତଙ୍କୁ ଭଲ ଲାଗିବ ।

କୁଞ୍ଜବିହାରୀ ସାହୁ

01-06-2024 / 15:14:18

ଜଗିଅଛି କଳାକୁଆ ଲେଖାହେଇଥିଲେ ଭଲ ଲାଗିଥାନ୍ତା ଏଭଳି କବିତା ଲେଖା ବରିଷ୍ଠ ଶିଶୁକବିଙ୍କର କୁଆଡେଗଲା ? ସବୁଠାରୁ ଭଲ ଓ ମଜା ଲାଗିଲା ।

ଲକ୍ଷ୍ମୀକାନ୍ତ ଦଳେଇ

01-06-2024 / 10:57:51

ପିଲାମାନଙ୍କୁ ନିଶ୍ଚିତ ଭାବରେ ଏକ କବିତାଟି ଭଲ ଲାଗିବ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion